Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବନ ବିଭାଗର ଅତର୍କିତ ଚଢ଼ାଉ: ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ଟାଟା ସ୍କାଏ କଲା ବଡ଼ ଘୋଷଣା : ଗ୍ରାହକଙ୍କ ପାଇଁ ଖୁସି ଖବର

28/03/2019 at 11:42 AM

ନୂଆଦିଲ୍ଲୀ ୨୮/୩: ଏବେ ନିକଟରେ ଡିଟିଏଚ୍ ଏବଂ କେବଲ୍ ନିୟମରେ କେତେକ ପରିବର୍ତ୍ତନ ହୋଇଛି। ଏହାପରେ ଉପଭୋକ୍ତାଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି। ଗ୍ରାହକମାନେ ଅଭିଯୋଗ କରିଥିଲେ ଯେ ସେମାନେ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେଇ ଟିଭି ଦେଖୁଛନ୍ତି। ସେଥିପାଇଁ ଏବେ ଟାଟା ସ୍କାଏ ବଡ଼ ଘୋଷଣା କରି ଡିଟିଏଚ୍ ବଜାରରେ ହଇଚଇ ସୃଷ୍ଟି କରିଛି। ଟାଟା ଓ୍କାଏ ନିକଟରେ ଟିଭି କନେକ୍ସନ୍ କରିଥିବା ଗ୍ରାହକଙ୍କ ପାଇଁ ବିଶେଷ ମୂଲ୍ୟର ସ୍ଲେବ୍ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କମ୍ପାନୀ ନୂଆ ଯୋଜନା ଜରିଆରେ ପ୍ରାଇମେରୀ ପ୍ୟାକର ମୂଲ୍ୟ ସହ ନେଟଓ୍ବାର୍କ କାପାସିଟି ଫିସ୍,ସର୍ଭିସ୍ ଚାର୍ଜ ଟାଟା ସ୍କାଏ ସ୍ବିଞ୍ଜ ସର୍ଭିସ୍ ଚାର୍ଜକୁ ହଟାଇବା ପାଇଁ ବିଚାର କରୁଛି। ଏହା ଟାଟା ସ୍କାଏ ଉପଭୋକ୍ତାଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର।

ଏହି ଘୋଷଣାର ଉଦ୍ଦେଶ୍ୟ ହେଲା ଯେଉଁ ଗ୍ରାହକମାନେ ଅଲଗା ଟିଭି ସେଟ୍ ଏବଂ କନେକ୍ସନ ଲଗାଇଛନ୍ତି ସେମାନଙ୍କୁ  ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଡିଟିଏଚ୍ ଅପରେଟର ଏହା ମଧ୍ୟ ଘୋଷଣା କରିଛି ଯେ ଅନେକ କନେକ୍ସନ କରିଥିବା ଗ୍ରାହକଙ୍କଠୁ ପରିବର୍ତ୍ତିତ ମୂଲ୍ୟ ଆଦାୟ କରିବ। ଅନେକ ଟିଭିର ଗଣନା,ନେଟଓ୍ବାର୍କ ଶୁଳ୍କ,ଟାଟା ସ୍କାଏ ସେବା ଶୁଳ୍କ ଏବଂ ଟାଟା ସ୍କାଏ ଓ୍ବିଞ୍ଜ ସେବା ଶୁଳ୍କ ନିମନ୍ତେ ପ୍ରାଥମିକ କନେକ୍ସନର ପ୍ୟାକ୍ ମୂଲ୍ୟ ଉପରେ ବିଚାର କରାଯିବ। କମ୍ପାନୀ ପ୍ରଥମେ ୧୦୦ଟି ଚ୍ୟାନେଲ୍ ପାଇଁ ପ୍ରତି ମାସକୁ ୧୫୩ଟଙ୍କା ଏବଂ ୨୫ଟି ଅତିରିକ୍ତ ଚ୍ୟାନେଲର ପ୍ରତି ସ୍ଲେବ୍ ପାଇଁ ପ୍ରତି ମାସକୁ ୨୩ଟଙ୍କା ଦାବି କରୁଛି।  

   Related Posts