ଅଂଶ କିଣି ନାହାନ୍ତି, ଜେନରିକ୍ ଆଧାରରେ ନିବେଶ କରିଛନ୍ତି କହିଲେ ଟାଟା

Published By : Prameya-News7 Bureau | May 09, 2020 IST

ମୁମ୍ବାଇ : ଦିଗ୍ଗଜ ଉଦ୍ୟୋଗପତି ରତନ ଟାଟା ୧୭ ବର୍ଷ ବୟସ୍କ ଅର୍ଜ୍ଜୁନ ଦେଶପାଣ୍ଡେଙ୍କ ମୁମ୍ବାଇସ୍ଥିତ ଷ୍ଟାର୍ଟଅପ୍‌ ‘ଜେନରିକ୍ ଆଧାର’ରେ ନିବେଶ କରିଛନ୍ତି। ଟାଟାଙ୍କ ଏହି ନିବେଶ ଖବର ଗଣ ମାଧ୍ୟମରେ ଏବେ ହଟ୍ ଟପିକ୍‌ ପାଲଟିଥିବା ବେଳେ ନାବାଳକଙ୍କ କମ୍ପାନୀର ଟାଟା ୫୦ ପ୍ରତିଶତ ସେୟାର କିଣିଥିବାର ଚର୍ଚ୍ଚା ହେଉଛି। ତେବେ ପ୍ରସଙ୍ଗରେ ରତନ ଟାଟା ମୁହଁ ଖୋଲିଛନ୍ତି। ସେ ଷ୍ଟାର୍ଟଅପରେ ସେ ସେୟାର ନୁହେଁ ନିବେଶ କରିଥିବା କହିଛନ୍ତି ।

{"id":267249,"width":576,"height":432,"sizeSlug":"large"}

ତେବେ ଏଭଳି ଷ୍ଟାର୍ଟଅପରେ ନିବେଶ ଟାଟାଙ୍କ ଲାଗି କିଛି ନୂଆ କଥା ନୁହେଁ। ଅତୀତରେ ରତନ ଟାଟା ଓଲା, ପେଟିଏମ, ସ୍ନାପଡିଲ, କ୍ୟୋରଫିଟ୍, ଅର୍ବାନ ଲେଡର, ଲେନ୍ସ କାର୍ଟ ଓ ଲାଇବ୍ରେଟ୍ ଆଦି ଷ୍ଟାର୍ଟଅପରେ ନିବେଶ କରିଛନ୍ତି। ତେବେ ଜେନେରିକ୍ ଆଧାରରେ ଟାଟାଙ୍କ ନିବେଶ ସମ୍ପର୍କରେ ଏହାର ମାଲିକ ଅର୍ଜ୍ଜୁନ ଦେଶପାଣ୍ଡେ ନିଜେ କହିବା ପରେ ଘଟଣା ପଦାକୁ ଆସିଛି। ଜେନେରିକ୍ ଆଧାର ଔଷଧର ଖୁଚୁରା କାରବାର କରୁଛନ୍ତି। ଅର୍ଜ୍ଜୁନ ୨୦୧୯ ମସିହାରେ ତାଙ୍କର ଏହି କମ୍ପାନୀ ସ୍ଥାପନା କରିଥିବା ବେଳେ ଏହାର ବାର୍ଷିକ କାରବାର ଏବେ ୬କୋଟି ଟଙ୍କାରେ ପହଞ୍ଚିଛି।

{"id":267252,"sizeSlug":"large"}

ଅର୍ଜ୍ଜୁନ ୧୬ ବର୍ଷର ହୋଇଥିବା ବେଳେ ଔଷଧ ନିର୍ମାତାଙ୍କ ଠାରୁ ସିଧା ଔଷଧ କିଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ତାଙ୍କର ଏହି କମ୍ପାନୀର କାରବାରକୁ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ୧୫୦ରୁ ୨୦୦ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ୫୫ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିବା ଏହି କମ୍ପାନୀ ଏକ ମିସନରେ କାମ କରୁଛନ୍ତି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅବସର ପ୍ରାପ୍ତ ବୟସ୍କ ପେନସନଭୋଗୀଙ୍କୁ କିପରି ଶସ୍ତାରୁ ଅତି ଶସ୍ତାରେ ଔଷଧ ଯୋଗାଇ ହେବ।

wp:html /wp:html

ଏକ ସର୍ଭେ ଅନୁସାରେ ଦେଶର ୬୦ ପ୍ରତିଶତ ଲୋକଙ୍କ ପାଖରେ ଔଷଧ ପହଞ୍ଚି ପାରୁନାହିଁ, କାରଣ ଏହି ସବୁ ଔଷଧ ଅତି ମହଙ୍ଗା। ତେବେ ଜେନରିକ ଆଧାର ଲୋକଙ୍କୁ ୮୦ ପ୍ରତିଶତ ଶସ୍ତାରେ ଔଷଧ ଯୋଗାଇ ଦେଉଛନ୍ତି। ଏବେ କମ୍ପାନୀ ମୁମ୍ବାଇ ସମେତ ପୁଣେ, ବେଙ୍ଗାଲୁରୁ ଏବଂ ଓଡିଶାରେ ୩୦ ରିଟେଲରଙ୍କ ସହ ଟାଇଅପ କରିଛନ୍ତି। ଆଗକୁ ଦେଶର ୧୦୦୦ ଫର୍ମାସୀଙ୍କ ସହ ପାର୍ଟନରସିପ୍ କରିବାକୁ ଯୋଜନା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.