TATA Projectsକୁ ମିଳିଲା ନୂଆ ସଂସଦ ଭବନ ନିର୍ମାଣର ଠିକା, ୮୬୧.୯୦କୋଟି ଟଙ୍କାରେ ନିର୍ମିତ ହେବ ବିଲ୍ଡିଂ

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୯: ଟାଟା ପ୍ରୋଜେକ୍ଟସ୍ ଲିମିଟେଡଙ୍କୁ ନୂଆ ସଂସଦ ଭବନ ନିର୍ମାଣର ଠିକାମିଳିଛି। ୮୬୧.୯୦ କୋଟି ଟଙ୍କାରେ କମ୍ପାନୀ ଏହି ନିର୍ମାଣ କାର୍ଯ୍ୟଲାଗି ଠିକା ହାସଲ କରିଛନ୍ତି। ତେବେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଠିକା ନେବାକୁ ଦୌଡରେ ୭ କମ୍ପାନୀ ଥିଲେ।  ହେଲେ ନିର୍ମାଣର ଟେଣ୍ଡର ଟାଟାଙ୍କ ହାତକୁ ଯାଇଛି।

{"id":330546,"sizeSlug":"large"}

ଅନ୍ୟ ଯେଉଁ କମ୍ପାନୀମାନେ ଏହି ନିର୍ମାଣ କାର୍ଯ୍ୟଲାଗି ଆଗ୍ରହୀ ଥିଲେ ସେମାନଙ୍କ ମଧ୍ୟରେ ଏଲଏଣ୍ଡଟି, ଆଇଟିଡି ସିମେଣ୍ଟେସନ ଇଣ୍ଡିଆ ଲିମିଟେଡ, ଏନସିସି ଲିମିଟେଡ, ଉତ୍ତରପ୍ରଦେଶ ରାଜକୀୟ ନିର୍ମାଣ ନିଗମ ଲିମିଟେଡ ଓ ପିଏସପି ପ୍ରୋଜେକ୍ଟସ୍ ଲିମିଟେଡ ଆଦି ମଧ୍ୟ ଥିଲେ। ଦେଶର ନୂଆ ସଂସଦ ଭବନ ନେଇ ମଙ୍ଗଳବାର ପ୍ରଥମ ଥର ସୂଚନା ମିଳିଥିଲା। ଏଥିରେ ସଂସଦ ଭବନର ଡିଜାଇନ ସମ୍ପର୍କରେ ମଧ୍ୟ ଜଣାପଡିଥିଲା। ଦେଶର ନୂଆ ସଂସଦ ଭବନ ସୌଧ ଉପରେ ଗୌରବର ପ୍ରତୀକ ଅଶୋକ ସ୍ତମ୍ବ ଲାଗିବ ବୋଲି ଜଣାପଡିଛି।

{"id":330547,"sizeSlug":"large"}

ନୂଆ ସଂସଦ ଭବନ ଲାଗି ନିର୍ମାଣ କାର୍ଯ୍ୟ ହୁଏତ ଚଳିତ ମୌସୁମୀ ଅଧିବେଶନ ପରେ ଆରମ୍ଭ ହୋଇପାରେ।  ବର୍ତ୍ତମାନର ସଂସଦ ଭବନ ସମ୍ମୁଖରେ ହିଁ ନୂଆ ଭବନର ନିର୍ମାଣ ହେବ ବୋଲି ଜଣାପଡିଛି। ନୂଆ ସଂସଦ ଭବନକୁ ଟାଟା ସେଣ୍ଟ୍ରାଲ ଭିଷ୍ଟା ରିଡେଭଲପମେଣ୍ଟ ପ୍ରୋଜେକ୍ଟ ଭାବେ ନିର୍ମାଣ କରିବେ। ଆଶା କରାଯାଉଛି ଏହି ପ୍ରକଳ୍ପ କାମ ୨୧ ମାସ ମଧ୍ୟରେ ସମ୍ପନ୍ନ ହେବ। ନୂଆ ସଂସଦ ଭବନ ନିର୍ମାଣ ଲାଗି ଏଲଏଣ୍ଡଟି ୮୬୫ କୋଟି ଟଙ୍କା ବିଡ୍ କରିଥିବା ବେଳେ ସିପିଡବ୍ଲୁଡି ନିର୍ମାଣ କାର୍ଯ୍ୟ ଲାଗି ୯୪୦ କୋଟି ଟଙ୍କା ଖର୍ଚ୍ଚ ଅନୁମାନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.