ସଂସଦର ନୂତନ ଭବନ ନିର୍ମାଣ କରିବ ଟାଟା କମ୍ପାନୀ, ବଜେଟ୍ ୮୬୧.୯୦ କୋଟି

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୦୯: ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ସଂସଦର ନୂତନ ଭବନ ନିର୍ମାଣ କରିବ। ଅଧିକାରୀଙ୍କ ଅନୁଯାୟୀ ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ୮୬୧.୯୦ କୋଟି ଟଙ୍କାର ବଜେଟ୍‌ରେ ନୂତନ ସଂସଦ ଭବନ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ହାତେଇଛି। କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ବୁଧବାର ନୂତନ ଭବନର ନିର୍ମାଣ ପାଇଁ ଆର୍ଥିକ ବିଡ୍‌ ଖୋଲିବା ପରେ ଟାଟା ପ୍ରୋଜେକଟ୍ସ ଲିମିଟେଡ୍ ୮୬୧.୯୦ କୋଟି ଟଙ୍କାର ବିଡ୍‌  ଲଗାଇଥିବା ବେଳେ ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ୮୬୫ କୋଟି ଟଙ୍କାର ବିଡ୍ ଲଗାଇଥିଲା।

wp:html /wp:html

ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ପୁର୍ନବିକାଶ କରିବା ମୋଦୀ ସରକାରଙ୍କ ଯୋଜନାର ଏକ ଅଂଶ। ସୂଚନା ଅନୁଯାୟୀ ସଂସଦର ମୌସୁମି ଅଧିବେଶନ ସମାପ୍ତ ହେବା ପରେ ନୂତନ କୋଠାର କାମ ଆରମ୍ଭ ହୋଇପାରେ।

ଗତ ମାସରେ ସରକାର ସଂସଦର ନୂତନ ଭବନ ନିର୍ମାଣ ପାଇଁ ଅନ୍ତିମ ବିଡ୍ ଲଗାଇବା ପାଇଁ ମୁମ୍ବାଇର ତିନି ନିର୍ମାଣ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ, ଟାଟା ପ୍ରୋଜେକ୍ଟସ ଓ ଶାପରୁଜି ପଲୋନଜି ଆଣ୍ଡ କମ୍ପାନୀର ଏକ ଛୋଟ ତାଲିକା ପ୍ରସ୍ତୁତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.