Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଟାଟା ପାଓ୍ବାର ଅଫିସ ଆଗରେ ପୁନଃ ନିଯୁକ୍ତି ଦାବିରେ ଛଟେଇ କର୍ମଚାରୀଙ୍କ ଧାରଣା, ସମର୍ଥନ କଲା ଯୁବ କଂଗ୍ରେସ

27/10/2020 at 6:25 PM

ଭୁବନେଶ୍ୱର ୨୭/୧୦ : ଟାଟା ପାଓ୍ବାର ଅଫିସ ଆଗରେ ଛଟେଇ କର୍ମଚାରୀଙ୍କ ଧାରଣା। ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସମେତ ୭ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଚେତାବନୀ। ସେପଟେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଯୁବ କଂଗ୍ରେସ ମଧ୍ୟ ଛଟେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି।

ବେଡ଼ି ଉପରେ କୋରଡ଼ା ମାଡ଼। କରୋନା ମହାମାରୀ ସାଙ୍ଗକୁ ଦାଉ ସାଧୁଛି ଛଟେଇ ମାଡ଼ ।ବିଦ୍ୟୁତ୍‌ ବିତରକ କମ୍ପାନୀ ସେସୁକୁ ଟାଟା ପାଓ୍ବାର ନେବା ପରେ ଜୀବିକା ହରାଇଛନ୍ତି ୮ହଜାର  ୬ଶହ ଅସ୍ଥାୟୀ କର୍ମଚାରୀ। ଆନ୍ଦୋଳନର ୧୫ଦିନ ପରେ ବି ପୂର୍ବ ପ୍ରତିଶ୍ରୁତି ମୁତାବକ ଟାଟା କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ପୁଣି ଥରେ ଧାରଣାରେ ବସିବାକୁ ବାଧ୍ୟ ହୋଇଛି ଅସ୍ଥାୟୀ କର୍ମଚାରୀ ସଂଘ ଓପେଫା।

ତେବେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଯୁବକଂଗ୍ରେସ ମଧ୍ୟ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଗଲା ୮ବର୍ଷ ଧରି କାମ କରୁଥିବା ପ୍ରାୟ ୫୦୦ଇଂଜିନିୟରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅସ୍ଥାୟୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି କରି ଭୁବନେଶ୍ବର ଇଡ୍‌କୋ ଅଫିସ ଆଗରେ ଧାରଣା ଦେଇଛି ଓପେଫା।

୨୦୧୩ ମସିହାର ଏନଜେନ୍‌ ଓ ଫେଡ୍‌କୋ ଭଳି ପ୍ରାଞ୍ଚାଇଜି କମ୍ପାନୀ ଜରିଆରେ ସେସୁ ଅଧୀନରେ କାର୍ଯ୍ୟ କରିଆସୁଥିବା ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ଗଲା ଜୁନ୍‌ ମାସରୁ ଟାଟା ପାଓ୍ବାର ଛଟେଇ କରିଛି। ଫାଇଲିନ୍‌, ହୁଡ୍‌ହୁଡ୍‌, ଫନି, ଅମ୍ଫାନ୍‌ ଭଳି ବାତ୍ୟା ସମୟରେ ରାଜ୍ୟରେ ନିରନ୍ତର ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ଏହି କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ହେଲେ କରୋନା ମହାମାରୀ ସମୟରେ ଜୀବୀକା ଛଡ଼ାଇ ନେଇ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଯେହେତୁ କମ୍ପାନୀ ବଦଳିଲା ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଗଲା ସେପ୍ଟେମ୍ବର ୨୮ରେ ଓପେଫା ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ଦାବି ସମ୍ପର୍କରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଟାଟା କମ୍ପାନୀ କର୍ତ୍ତୃପକ୍ଷ। ହେଲେ ଏକମାସ ପରେ ବି କମ୍ପାନୀ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ଧାରଣାରେ ବସିବାକୁ ବାଧ୍ୟ ହୋଇଛି ଓଫେପା।

   Related Posts