Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଅଦ୍ଭୁତ ବିଜନେସ୍ ଡିଲ୍‌: କେବଳ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ପେମେଣ୍ଟ ନେଉଛନ୍ତି ଟାଟା ପାୱାର, ଗ୍ରାହକ ହନ୍ତସନ୍ତ

23/01/2021 at 9:44 PM

ଭୁବନେଶ୍ଵର ୨୩।୦୧: ସେସୁ ଏବଂ ଅନ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କଠାରୁ ବିତରଣ ଦାୟିତ୍ୱ ଟାଟା ପାୱାର ନେଇଛି । କମ୍ପାନୀ ଲୋକଙ୍କୁ ଉତ୍ତମ ସେଵା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । କିନ୍ତୁ ଗ୍ରାହକ ଵିଭିନ୍ନ କ୍ଷେତ୍ରରେ ଶୋଷଣର ଶିକାର ହେଉଥିବାର ଅଭିଯୋଗ ସାମ୍ନାକୁ ଆସୁଛି। ସେସୁ ଅମଳରେ ବିଦ୍ୟୁତ୍ ବିଲ କ୍ୟାସଲେସ୍ ଦେୟ ସବୁ କ୍ରେଡିଟ ଓ ଡେବିଟ କାର୍ଡ ଯୋଗେ ଦେଇପାରୁଥିଲେ। କିନ୍ତୁ ଆଇସିଆଇସିଆଇ ବ୍ୟାଙ୍କ ସହ ଟାଟା ପାୱାରର ଅସାଧୁ ମେଣ୍ଟ ଯୋଗୁଁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି । ନା ଏସବିଆଇ, ନା ପିଏନବି ନା ଏଚଡିଏଫସି , କେବଳ ଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ବିଲ ପେମେଣ୍ଟ ହୋଇ ପାରୁଛି । ଅନ୍ୟ କୌଣସି କାର୍ଡରେ ହୋଇପାରୁନାହିଁ । ଯାହାକୁ ନେଇ ଟାଟା ପାୱାର-ଆଇସିଆଇ ମଧ୍ୟରେ ଭିତିରି ସଲାସୁତୁରା ହୋଇଥିବା ପ୍ରଶ୍ନ ଉଠିଛି।

ଭୁବନେଶ୍ୱର ଶୈଳଶ୍ରୀ ବିହାର ଜୋନ ଅଧୀନରେ ଆସୁଥିବା ପଟିଆ ଶ୍ରୀବିହାର ଲେନ୍ ୪ର ସସ୍ମିତା ମହାପାତ୍ରଙ୍କ ନାମରେ ଥିବା ଗ୍ରାହକ ନମ୍ବର ୦୩୦୧୭୪୨୨ରେ ୨୦ ତାରିଖରେ ବିନା ଫାଇନରେ ଦେୟ ତାରିଖ ଥିଲା। ସେହି ଭଡାଘରେ ରହୁଥିବା ଅମର ପଟ୍ଟନାୟକ ୧୯ ଜାନୁଆରୀରେ ତାଙ୍କ HDFC ବ୍ୟାଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ ଦେବାକୁ ଉଦ୍ୟମ କଲେ। ଟ୍ରାଞ୍ଜାକ୍ସନ ଆଡି ଆସିଲା କିନ୍ତୁ ଦେୟ କଟିଲା ନାହିଁ । ଗ୍ରାହକ ସେବା କର୍ମଚାରୀ କହିଲେ ୭୨ ଘଣ୍ଟାରେ ଅପଡେଟ୍ ହୋଇଯିବ । ତେବେ ୨୨ତାରିଖ ସନ୍ଧ୍ୟା ସୁଦ୍ଧା ତାହା ହେଲାନାହିଁ।

ଟାଟା ପାୱାରର ଗ୍ରାହକ ସେବା କର୍ମଚାରୀ ପୂର୍ବରୁ କହୁଥିଲେ SBI Credit Card ଛଡା ଅନ୍ୟ ସବୁ କ୍ରେଡିଟ କାର୍ଡରେ ପେମେଣ୍ଟ ହେଉଛି । ତେବେ ୨୩ ତାରିଖ ସନ୍ଧ୍ୟାରେ ଗ୍ରାହକ ସେବା କର୍ମଚାରୀ ୬ଟା ୩୬ ମିନିଟରେ ଅମରଙ୍କ ମୋଵାଇଲକୁ ଫୋନ୍ କରି ମାନିଥିଲେ କି ଆଇସିଆଇସିଆଇ କ୍ରେଡିଟ କାର୍ଡ ବ୍ୟତୀତ ଅନ୍ୟ କୌଣସି କ୍ରେଡିଟ କାର୍ଡରୁ ପେମେଣ୍ଟ ହୋଇପାରୁନାହିଁ। ଏହା କମ୍ପାନୀର ଚଞ୍ଚକତାର ଉଦାହରଣ । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି । ଏହି ଘଟଣା ଟାଟା ପାୱାର-ଆଇସିଆଇ ବ୍ୟାଙ୍କ ମଧ୍ୟରେ ସଲାସୁତୁରା ହୋଇଥିବା ଅଭିଯୋଗ ହୋଇଛି।

   Related Posts