ବଲିନୋକୁ ଟକ୍କର ଦେବା ପାଇଁ ଏହି ମାସରେ ଟାଟା ଲଂଚ କରିବ ନୂଆ ଗାଡି, ଫଟୋ ଦେଖିଲେ ଖୁସୀ ହୋଇଯାଉଛି ଆଖି

Published By : Prameya-News7 Bureau | January 01, 2019 IST

wp:heading {"level":5}
ଟାଟାର ନୂଆ ଦମଦାର ଗାଡି ହେରିୟର ଏବେ ଚର୍ଚ୍ଚାର। ଜାନୁଆରୀ ୨୦୧୯ରେ ଗାଡି ଲଞ୍ଚ ହେବ। ଏହି ଗାଡି ବଜାରକୁ ଆସିବା ପରେ ସୁଜୁକି ବଲିନୋ କାରକୁ ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି । ଯଦି କାରର ଦାମ ବିଷୟରେ ଟାଟା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ତେବେ ବଲିନୋଠାରୁ ଏହା ନିଶ୍ଟୟ କମ ହେବ ଏବଂ ଫିଚର ଦୃଷ୍ଟିରୁ ବଲିନୋଠୁ ଅଧିକ ରହିବ ବୋଲି ଆଶା କରାଯାଉଛି । ଅନ୍ୟ ପକ୍ଷରେ ହେରିଅର ଅପେକ୍ଷା  କମ୍ପାନୀର ଆଉ ଏକ ନୂଆ ଗାଡିକୁ ନେଇ ମଧ୍ୟ ଯୋରଦାର ଚର୍ଚ୍ଚା ଚାଲିଛି। ଟାଟା ମୋଟର୍ସର ବହୁ ପ୍ରତିକ୍ଷୀତ ହଚବ୍ୟାକ କାର 45Xକୁ ଟେସଟିଂଗ ସମୟରେ ଆଉଥରେ ଦେଖିବାକୁ ମିଳିଛି।
/wp:heading {"id":69467}
wp:heading {"level":5}
 ଗତ ବର୍ଷ ଗାଡିକୁ ଅଟୋ ଏକ୍ସପୋ ୨୦୧୮ରେ କନଷ୍ଟାଣ୍ଟ ମଡେଲ ରୂପରେ ଦେଖିବାକୁ ମିଳିଥିଲା। ଏବେ ଗାଡିର ଲଞ୍ଚିଙ୍ଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। କାରର ଫିଚର ବିଷୟରେ ବିଶେଷ କିଛି ସୂଚନା ଆସିନି। ଅଟୋ ଏକ୍ସପୋରେ ଦେଖାଯାଇଥିବା ଗାଡିର ମଡେଲରୁ ଲଞ୍ଚ ହେଉଥିବା ମଡେଲର ପ୍ରଡକସନ ଭରସନ ଟିକେ ଅଲଗା। 
/wp:heading {"id":69468}
wp:heading {"level":5}
 ଆରପକ୍ଷରେ 45Xର ଲୁକ ଓ ଡିଜାଇନ ଟାଟା ମୋଟର୍ସର ନୂଆ ୨.୦ ହଚବେକ ଡିଜାଇନ ଉପରେ ଆଧାରିତ। ଏଥିରେ ବ୍ରାଣ୍ଡ ନ୍ୟୁ ଏଡଭାନ୍ସ ମଡେଲ ପ୍ଲାଟଫର୍ମର ବ୍ୟବହାର ହୋଇଛି। 45Xର ଡିଜେଲ ମଡେଲରେ ୧.୫ ଲିଟର ଇଂଞ୍ଜନ,୧୦୮ ବିଏଚପି ପାୱାର ଏବଂ ୨୬୦ ନ୍ୟୁଟନର ମିଟର ଜେନେରେଟ ହେବ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.