ଆସିଗଲା ପାଣିରେ ଚାଲୁଥିବା ବସ୍ : ପେଟ୍ରୋଲ୍ –ଡିଜେଲର ଝିଂଝଟ ନାହିଁ, ହେବ ମଧ୍ୟ ପରିବେଶ ସୁରକ୍ଷା

Published By : Prameya-News7 Bureau | April 17, 2019 IST

ଜୟପୁର ୧୭/୪: ବିଶ୍ବରେ ବାରମ୍ବାର ପେଟ୍ରୋଲ୍ ଡିଜେଲର ବର୍ଦ୍ଧିତ ମୂଲ୍ୟ ଏବଂ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଅଟୋମୋବାଇଲ୍ କମ୍ପାନୀ ପେଟ୍ରୋଲ୍ ଡିଜେଲ ଚାଳିତ ବାହନର ବିକଳ୍ପ ଭାବେ ନୂଆ ଟେକ୍ନୋଲୋଜିର ସନ୍ଧାନରେ ଲାଗିପଡ଼ିଛନ୍ତି। ଗୋଟିଏ ପଟେ ବିଭିନ୍ନ କମ୍ପାନୀ ବ୍ୟାଟେରୀ ଚାଳିତ ବାହନ ଏବଂ ସିଏନଜିରେ ଚାଲୁଥିବା ବାହନକୁ ବିକଳ୍ପ ଭାବେ ବାହାର କରିବାବେଳେ ଏବେ ଟାଟା ମୋଟରସ୍ ଏକ ଏପରି ବାହନ ତିଆରି କରିବାରେ ଲାଗିଛି ଯାହା ପେଟ୍ରୋଲ୍ କିମ୍ବା ଡିଜେଲରୁ ନୁହେଁ ବରଂ ପାଣିରେ ଚାଲିବ।

{"id":104345,"width":592,"height":334}

ଏହା ଏକ ଏପରି ବସ୍ ହେବ ଯାହା  ହାଇଡ୍ରୋଜେନ ଫୁଏଲ ସେଲ୍ ଟେକ୍ନୋଲୋଜି ଦ୍ବାରା ଚାଳିତ ହେବ । ଏହା ନିର୍ମାଣ କରିବା ପାଇଁ ଟାଟା ମୋଟରସ୍ ,ଇଣ୍ଡିଆନ ଅଏଲ୍ କର୍ପୋରେସନ ସହ ଚୁକ୍ତି କରିଛି। ଭାରତର ପ୍ରଥମ ହାଇଡ୍ରୋଜେନ ବସର ଟେଷ୍ଟିଙ୍ଗ୍ ଆରମ୍ଭ ହୋଇଯାଇଛି।

{"id":104346,"width":594,"height":360}

ରିପୋର୍ଟ ଅନୁସାରେ ଟାଟା ମୋଟରସ୍‌ର ଏହି ବସ୍ ହାଇଡ୍ରୋଜେନ ଫୁଏଲ ସିଷ୍ଟମ ଦ୍ବାରା ଚାଳିତ ହେବ। ଏଥିରେ ୧୧୪ହାର୍ସ ପାଓ୍ବାରର ଇଲେକ୍ଟ୍ରିକ୍ ମୋଟରର ବ୍ୟବହାର କରାଯିବ ଯାହା ଅତି ବେଶୀରେ ୨୫୦ହାର୍ସ ପାଓ୍ବାରର ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଥାଏ। ଏହା ୮୦୦ଆରପିଏମରେ ମୋଟ ୧୦୫୦ ନ୍ୟୁଟନ ମିଟରର ଟାର୍କ ଉତ୍ପାଦନ କରିବ। ଏହି ବସରେ ଏକାଠି ୩୦ଜଣ ଯାତ୍ରୀ ବସି ଯାତ୍ରା କରି ପାରିବେ।

{"id":104347,"width":595,"height":300}

ଏହି ବସ୍ ହାଇଡ୍ରୋଜେନ ପାଓ୍ବାରରେ ଚାଲିବା ଯୋଗୁଁ ଏଥିରୁ ଜମା ଧୂଆଁ ବାହରିବ ନାହିଁ। ଏହି ଗାଡିର ଏ ସବୁ ବିଶେଷତ୍ବ ଯୋଗୁଁ  ଇଣ୍ଟରସିଟି ଟ୍ରାନସପୋର୍ଟେସନ ପାଇଁ ଉତ୍କୃଷ୍ଟ। ବର୍ତ୍ତମାନ ଏହି ବସର ଟେଷ୍ଟିଙ୍ଗ୍ ପ୍ରକ୍ରିୟା ଚାଲିଛି। ଟାଟା ମୋଟରସ୍‌ର ଏହି ବସ୍ ମାର୍କେଟକୁ ଆସିବା ପରେ ଭାରତୀୟ ବଜାରରେ ସବୁଠୁ ବେଶୀ ଆଦୃତ ହେବ। ଏହି ବସରେ ଇନ୍ଧନ ଭାବେ କେବଳ ପାଣି ଏବଂ ତାପର ପ୍ରୟୋଗ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.