Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟାଟା ମୋଟର୍ସ ଲଞ୍ଚ କଲା Tata Punch: ଦାମ୍ ୫.୪୯ ଲକ୍ଷ ଟଙ୍କା, ରହିଛି ଆକର୍ଷଣୀୟ ଫିଚର୍ସ

18/10/2021 at 3:26 PM

ନୂଆଦିଲ୍ଲୀ ୧୮/୧୦ : ଟାଟା ମୋଟର୍ସ ନିଜର ନୂଆ କାର ଟାଟା ପଞ୍ଚ ଭାରତରେ ଲଞ୍ଚ କରିଛି। ଲଞ୍ଚ ହେବା ପୂର୍ବରୁ ଟାଟା ପଞ୍ଚର ତମାମ ଫିଚର୍ସକୁ ନେଇ ଚର୍ଚ୍ଚା ହୋଇଛି। କିନ୍ତୁ ନୂଆ ଟାଟା ପଞ୍ଚ କାରର ଦାମ ଏବେ ଖୁଲାସା ହୋଇଛି। ଟାଟା ମୋଟର୍ସ ଟାଟା ପଞ୍ଚର ପ୍ରାରମ୍ଭିକ ଦାମ ୫.୪୯ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛି। ଟାଟା ମୋଟର୍ସ ଦାବି କରିଛି ଯେ ଏହା ନିଜ ସେଗମେଣ୍ଟର ସବୁଠାରୁ ଭଲ କାର।

ଟାଟା ପଞ୍ଚର ପ୍ରି-ବୁକିଂ ଅକ୍ଟୋବର ୪ ତାରିଖରୁ ଜାରି ହୋଇଛି। ଆପଣ ମାତ୍ର ୨୧ ହଜାର ଟଙ୍କା ଦେଇ ଏହି କାର ବୁକ କରିପାରିବେ। ଟାଟା ମୋଟର୍ସ ଦାବି କରିଛି ଯେ ମାନୁଆଲ ଟ୍ରାନ୍ସମିଶନରେ ଏହି ଏସୟୁଭି ଲିଟର ପିଛା ୧୮.୯୭ କିଲୋମିଟର ଓ AMT ରେ ଲିଟର ପିଛା ୧୮.୮୨ କିଲୋମିଟର ମାଇଲେଜ ଦେବ। ନୂଆ ଏସୟୁଭିରେ ୧.୨ ଲିଟର ପେଟ୍ରୋଲ ଇଂଜିନ ଅପ୍ସନ ଅଛି। ଏହି କାର ୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଜିରୋ ରୁ ୬୦ କିମି ଓ ୧୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଜିରୋରୁ ୧୦୦ କିମି ସ୍ପିଡ଼ରେ ଯାଇପାରିବ।

ଟାଟା ପଞ୍ଚରେ ୭ ଇଞ୍ଚର ଟଚ ସ୍କ୍ରିନ ଇନ୍ଫୋଟେନମେଣ୍ଟ ସିଷ୍ଟମ ଲାଗିଛି। ଷ୍ଟିୟାରିଂ କଣ୍ଟ୍ରୋଲ, ୩୬୬ ଲିଟର ବୁଟ ସ୍ପେସ, ଫ୍ରଣ୍ଟ ଓ ରିୟାର ପାୱାର ୱିଣ୍ଡୋ, ଆଡଜଷ୍ଟେବଲ ଦରଭାର ସିଟ, କ୍ରୁଜ କଣ୍ଟ୍ରୋଲ, ରିୟଲ ଫ୍ଲାଟ ସିଟ, ଫୁଲି ଅଟୋମେଟେଡ଼ ଟେମ୍ପରେଚର କଣ୍ଟ୍ରୋଲ ଭଳି ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ।

ଟାଟା ପଞ୍ଚ କାରକୁ ଗ୍ଲୋବାଲ ଏନକ୍ୟାପ କ୍ରାସ ଟେଷ୍ଟ (NCAP crash test) ରେ ଆଡଲ୍ଟ ସେଫଟି ଦୃଷ୍ଟିରୁ ଫାଇଭ ଷ୍ଟାର ରେଟିଙ୍ଗ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ଡୁଆଲ ଏୟାର ବ୍ୟାଗ ଦିଆଯାଇଛି। ଇଲେକ୍ଟ୍ରୋନିକ ବ୍ରେକଫୋର୍ସ ଡିଷ୍ଟ୍ରିବ୍ୟୁସନ (EBD) ସହ ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ ଓ କର୍ନର ସେଫଟି କଣ୍ଟ୍ରୋଲ ସୁବିଧା ରହିଛି।

ଟାଟା ପଞ୍ଚର ପ୍ରାରମ୍ଭିକ ଦାମ ୫.୪୯ ଲକ୍ଷ ଟଙ୍କା। ଏହି ଦାମରେ ପେଟ୍ରୋଲ ମାନୁଆଲ ଇଞ୍ଜିନ ରହିଛି। ଏହାର ଟପ ମଡେଲ Creative (IRA Pack) ର ଦାମ ୮.୭୯ ଲକ୍ଷ ଟଙ୍କା ରଖାଯାଇଛି। ଟାଟା ପଞ୍ଚ କାର ରେଡ, ଅଟୋମିକ ଅରେଞ୍ଜ, ଟ୍ରାପିକାଲ ମିଷ୍ଟ, ଡାୟଟୋନା ଗ୍ରେ, ଧଳା ଓ Meteor Bronze, ରଙ୍ଗରେ ଲଞ୍ଚ କରାଯାଇଛି।

   Related Posts