ଯଦି କରୋନା ପରିସ୍ଥିତି ଉତ୍କଟ ହୁଏ ଭାରତର ଏହି ପ୍ଲାଣ୍ଟ ବନ୍ଦ କରି ପାରନ୍ତି TATA ମୋଟର୍ସ

Published By : Prameya-News7 Bureau | March 21, 2020 IST

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପଜେଟିଭଙ୍କ ସଂଖ୍ୟା ବଢିବା ସହ ସରକାର କଟକଣା କଡାକଡି କରିଛନ୍ତି। ଏଣୁ ପଶ୍ଚିମ ଭାରତରେ ଥିବା ଟାଟା ମୋଟର୍ସଙ୍କ କାରଖାନାର  ଗତିବିଧି ମଧ୍ୟ ସେହି ଅନୁସାରେ ହ୍ରାସ ହୋଇଆସିଲାଣି। ଏଣୁ କରୋନା ନିୟନ୍ତ୍ରଣ ଲାଗି ଆବଶ୍ୟକ ପଡିଲେ ଟାଟା ମୋଟର୍ସ ସୋମବାର ବେଳକୁ ତାଙ୍କର ଗୋଟିଏ ପ୍ଲାଣ୍ଟ ବନ୍ଦ ବି କରିପାରନ୍ତି ବୋଲି ଆଶଙ୍କା କରାଗଲାଣି।

{"id":242108,"sizeSlug":"large"}

ଟାଟା ମୋଟର୍ସଙ୍କ ଏହି କାରଖାନାରେ ଲକଜୁରିକାର ଜାଗୁଆର ଓ ଲ୍ୟାଣ୍ଡ ରୋଭର ଉତ୍ପାଦନ କରୁଛି। ତେବେ ଗତ ଶୁକ୍ରବାରଠାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ କେବଳ ଅତ୍ୟାବସକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ଘୋଷଣା କରିବା ଟାଟା ମୋଟର୍ସକୁ ବି ପ୍ରଭାବିତ କରିଛି। ସରକାରଙ୍କ ନିର୍ଦ୍ଦେଶରୁ ମୁମ୍ବାଇ ଓ ପୁଣେ ବି ବାଦ ପଡିନି। ଯେଉଁଟି ଟାଟାର ୨ଟି କାରଖାନା ରହିଛି। ଏଣୁ ଯଦି ପରିସ୍ଥିତିରେ ସୁଧାର ନ ଆସେ ତେବେ ହୁଏତ ସୋମବାର ଅଥବା ମଙ୍ଗଳବାର ଏଥିରୁ ଗୋଟିଏକୁ ଟାଟା ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇପାରନ୍ତି।

{"id":242110,"sizeSlug":"large"}

ତେବେ ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଗୁଏଣ୍ଟର ବଟସ୍କ। ଯେଉଁଠାରେ ଏଭଳି ପରିସ୍ଥିତି ଉପୁଜିବ ସେଠାରେ କମ୍ପାନୀ ଆବଶ୍ୟକତାକୁ ଉପଲବ୍ଧି କରି ନିଶ୍ଚିତ ପଦକ୍ଷେପ ନେବେ ବୋଲି ବଟସ୍କ କହିଛନ୍ତି। ତେବେ କେବଳ ଭାରତରେ ନୁହେଁ ବ୍ରିଟେନରେ ବି କରୋନା ଯୋଗୁ ଜାଗୁଆର ଲ୍ୟାଣ୍ଡରୋଭର ଆସନ୍ତା ସପ୍ତାହରୁ ସାମୟିକ ଭାବେ ଉତ୍ପାଦନ ବନ୍ଦ କରିବାକୁ ଯାଉଥିବା ଜଣାପଡିଛି।  ସେହିପରି ଭୂତାଣୁ ସଂକ୍ରମଣ ଯୋଗୁ କମ୍ପାନୀ ସ୍ଲୋଭାକିଆ ପ୍ଲାଣ୍ଟକୁ ମଧ୍ୟ ଇତି ମଧ୍ୟରେ ବନ୍ଦ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.