ଆଲିବାବାଙ୍କ ‘ବିଗବାସ୍କେଟ୍’ ଲାଗି ଆଗଉଛନ୍ତି TATA, ଇନୋଭେଟିଭ ରିଟେଲ କନସେପ୍ଟରେ କିଣିବେ ୮୦ ପ୍ରତିଶତ ସେୟାର

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ : ଆଲିବାବାଙ୍କ ଇନୋଭେଟିଭ କନସେପ୍ଟ ‘ବିଗବାସ୍କେଟ୍‌’ର ସେୟାର କରିଣିବେ ଟାଟା। ମିଳୁଥିବା ସୂଚନାରୁ ଏଥିଲାଗି  ଆଲୋଚନା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଲିବାବାଙ୍କ ଅନଲାଇନ୍‌ ସପ୍‌ର ମୂଲ୍ୟ ପ୍ରାୟ ୧.୬ ବିଲିୟନ ଡଲାର ବି ଅଧିକ ହେବ। ସାଧାରଣ ଭାବେ ବିଗ୍‌ବାସ୍କେଟ ଡଟ୍‌ କମ୍‌ ଭାବେ ବୁଝା ଯାଉଥିବା ଏହି ସଂସ୍ଥାରୁ ଟାଟା କେତେ ପ୍ରତିଶତ ସେୟାର କିଣିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ତେବେ ଇଂରାଜୀ ସମ୍ବାଦପତ୍ର ମିଣ୍ଟ ଅନୁସାରେ ଟାଟା ଏହାର ଅନୁନ୍ୟ ୮୦ ପ୍ରତିଶତ ସେୟାର କ୍ରୟ କରିପାରନ୍ତି। ମୁମ୍ବାଇ ଆଧାରିତ ଟାଟା ଗ୍ରୁପ ଜାଗୁଆର ଲ୍ୟାଣ୍ଡରୋଭର ସମେତ ଚାପତି କମ୍ପାନୀ ଟେଟଲୀ ଭଳି ନାମୀ ବ୍ରାଣ୍ଡର ମାଲିକ। ଟାଟାଙ୍କ ମିଳିତ  ରାଜସ୍ୱ ଅନୁନ୍ୟ ୧୧୩ ବିଲିୟନ ଡଲାରରୁ ବି ଅଧିକ। ଏଣୁ ବିଗ୍‌ ବାସ୍କେଟ୍ ରୁ ହୁଏତ ଟାଟା ଅଧିକ ସେୟାର କିଣିନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତରେ ଅନ୍ୟତମ କର୍ପୋରେଟ ହାଉସ୍ ଅମ୍ବାନୀଙ୍କ ଜିଓ ମାର୍ଟ ଏବେ ଆମାଜନ ଡଟ୍ କମ ଡଟ୍ ଇନ୍ ଏବଂ ୱାଲମାର୍ଟ ଡଟ୍ ଇଂକର ସ୍ଥାନୀୟ ୟୁନିଟ୍‌ କୁ ହଲାଇବାକୁ ଚାହୁଁଥିବା ବେଳେ ଏଥିରୁ ଟାଟା ବା ବାଦେ ପଡିବେ କେମିତି ?

ଏଣୁ ହୁଏତ ଟାଟା ମଧ୍ୟ ଆଲିବାବାଙ୍କ ଭାରତୀୟ ୟୁନିଟ୍‌ ସେୟାର କିଣି ସିଧା ବଜାରକୁ ପ୍ରତିଦ୍ୱନ୍ଦ୍ୱୀତା ଲାଗି ଓହ୍ଲାଇ ପାରନ୍ତି ବୋଲି ଏବେ ଆକଳନ କରାଯାଉଛି। କରୋନା ଭାଇରସ ମହାମାରୀରେ ଅନଲାଇନ୍‌ ସପ୍‌ କାରବାର ଆକାକଶ ଛୁଇଁଛି। ଭାରତର ୧ ଟ୍ରିଲିୟନ ଖୁଚୁରା ବଜାରର ଅଧାଅଧି କିରାନା କାରବାରର ରହିଛି। ଏଥିରେ ଅଭିବୃଦ୍ଧିର ମଧ୍ୟ ଅନେକ ସମ୍ଭାବନା ରହିଛି। ଭାରତରେ ୱାଲମାର୍ଟ ଭାରତୀୟ ଅନଲାଇନ ରିଟେଲର ୧୬ ବିଲିୟନ ଡଲାରର ବଜାର ମାଡି ବସିଲାଣି। ଏଥିରେ ଆମାଜନଙ୍କ ସହଭାଗିତାରେ ଫ୍ଲିପକାର୍ଟ ଏକ ଅଗ୍ରଣା ବଜାର ପାଲଟିଛି। ଏଣୁ ଟାଟା ମଧ୍ୟ ବିଗ୍‌ ବାସ୍କେଟ ମାଧ୍ୟମରେ ସିଧା ଅନଲାଇନ ବଜାରକୁ ଲମ୍ପ ଦେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.