ଆମାଜନ, ପେଟିଏମ୍ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବ ଟାଟା ଗ୍ରୁପ : ଲଞ୍ଚ କରିବ ସୁପର ଆପ୍

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪/୦୮ : ସୁପର ଆପ୍ ମାର୍କେଟରେ ବର୍ତ୍ତମାନ ଟାଟା ଗ୍ରୁପ୍ ମଧ୍ୟ ସାମିଲ ହେବାକୁ ନିଷ୍ପତ୍ତି ନେଇଛି | ଏହି ବଜାରରେ ପୂର୍ବରୁ ରିଲାଏନ୍ସ ଜିଓ, ​​ଆମାଜନ, ପେଟିଏମ୍ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ଅଛି | ବାସ୍ତବରେ, ଟାଟା ଗ୍ରୁପ୍ ଏକ ଓମନିଚାନେଲ୍ ଡିଜିଟାଲ୍ ପ୍ଲାଟଫର୍ମରେ କାମ କରୁଛି | ଯେଉଁଥିରେ କମ୍ପାନୀ ଏହାର ବିଭିନ୍ନ ଗ୍ରାହକ ବ୍ୟବସାୟକୁ ଗୋଟିଏ ଚ୍ୟାନେଲ ମାଧ୍ୟମରେ ପେସ କରିବ | ଫାଇନାନସିଲ ଟାଇମ୍ସ ଖବରକାଗଜ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହା ଏକ ସୁପର ଆପ୍ ହେବ | ଏମିତି ଏକ ଆପ୍ ଯେଉଁଥିରେ ଅନେକ ଆପ୍ ରହିବ |

କମ୍ପାନୀ ବର୍ତ୍ତମାନ ନିଜର ଗ୍ରାହକ ବଢାଇ କୋଟି କୋଟି ଭାରତୀୟଙ୍କ ପାଖରେ ପହଞ୍ଚିବାକୁ ଚାହୁଁଚି | ଏହି ଗ୍ରାହକମାନେ ବିଭିନ୍ନ ବର୍ଗର ଅଟନ୍ତି | ସେଥିପାଇଁ କମ୍ପାନୀ ବର୍ତ୍ତମାନ 'ଭାରତୀୟ ଗ୍ରାହକଙ୍କ ପାଇଁ ଭାରତରେ ନିର୍ମିତ ଏକ ବିଶ୍ୱ ସ୍ତରୀୟ ପ୍ଲାଟଫର୍ମ' ସୃଷ୍ଟି କରିବାକୁ ଚାହୁଁଛି | ଟାଟା ଗ୍ରୁପ ଏୟାରଲାଇନ୍ସ, ରିଟେଲ ଷ୍ଟୋର, ଘଣ୍ଟା ଆଦି କ୍ୟାଟେଗରୀରେ କାମ କରୁଛି |

{"id":319552,"width":571,"height":379,"sizeSlug":"large"}
Tata Group to launch e-commerce ‘Super App’ soon

ଟାଟା ଗ୍ରୁପରେ ଟାଟା କ୍ଲିକ୍, ଷ୍ଟାରବକ୍ସ, ୱେଷ୍ଟସାଇଡ, ଭିଷ୍ଟାରା, କ୍ରୋମା, ଷ୍ଟାର୍ ବଜାର ଇତ୍ୟାଦି ବ୍ରାଣ୍ଡ ରହିଛି | ଏହା ବ୍ୟତୀତ ଏହି କମ୍ପାନୀ ଅନେକ ପ୍ରକାରର ସେବା ମଧ୍ୟ ପ୍ରଦାନ କରିଥାଏ | କିଛି ସମୟ ପୂର୍ବରୁ କମ୍ପାନୀ ଟାଟା ଡିଜିଟାଲ୍ ନାମକ ଏକ ନୂତନ ସଂସ୍ଥା ସୃଷ୍ଟି କରିଛି |

ସୁପର ଆପ୍ ଏକ କନସେପ୍ଟ ଯାହା ଚୀନ୍ ଏବଂ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇଛି | ଏହି ଦେଶର ଇଣ୍ଟରନେଟ୍ କମ୍ପାନୀଗୁଡିକ ଅନୁଭବ କଲେ ଯେ ବିଭିନ୍ନ ପ୍ରକାରର ସେବା ଆପ୍ ଯେଉଁଥିରେ ସପିଂ, ପେମେଣ୍ଟ, କ୍ୟାବ ବୁକିଂ, ଫୁଡ ସର୍ଭିସ ଭଳି ଅନେକ ଆପକୁ ଗୋଟିଏ ଆପରେ ମର୍ଜ କରାଯାଇଛି | ଏହାଦ୍ୱାରା ରାଜସ୍ୱ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ | ସର୍ବପ୍ରଥମେ WeChat, GoJek, Grab  ଭଳି ଆପ୍ ସୁପରଆପ୍ ମାଧ୍ୟମରେ ଅନେକ ସେବା ପ୍ରଦାନ କରିବା ଆରମ୍ଭ କଲା | ସୁପରଆପ୍ ଏକ ଏହିଭଳି ଆପ୍ ଯେଉଁଠାରେ ବିଭିନ୍ନ କାର୍ଯ୍ୟ ପାଇଁ ଆପଣଙ୍କୁ ଅଲଗା ଆପ୍ ରଖିବା ଆବଶ୍ୟକ ହୋଇନଥାଏ | ଗୋଟିଏ ଆପରେ ଅନେକ କାମ ହୋଇଥାଏ | ଦୁନିଆରେ ସ୍ମାର୍ଟଫୋନ ଯୋଗୁଁ ସୁପରଆପ ସଫଳ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.