ପୁଣି ବଦାନ୍ୟତା ଦେଖାଇଲେ ରତନ ଟାଟା: ସଂକଟମୋଚକ ହେଲା ଟାଟା ଗ୍ରୁପ୍

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୪: ପୁଣି ଉଦରତା ଦେଖାଇଛନ୍ତି ଟାଟା ଗ୍ରୁପ୍ ମୁଖ୍ୟ ରତନ ଟାଟା । ପୁଣି ଦେଶବାସୀଙ୍କୁ ଦେଇଛନ୍ତି ମାନବିକତାର ପରିଚୟ । ଦେଶରେ ଅକ୍ସିଜେନ୍ ସଂକଟ ବେଳେ ସଙ୍କଟମୋଚକ ହୋଇ ସାହା ହୋଇଛନ୍ତି ରତନ ଟାଟ । କୋଭିଡ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦେବା ପାଇଁ ନେଇଛନ୍ତି ବଡଧରଣ ପଦକ୍ଷେପ ।

ସେପଟେ ରତନଙ୍କ ଏଭଳି କାର୍ଯ୍ୟ ପରେ ଛୁଟିଛି ପ୍ରଶଂସାର ସୁଅ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ରତନ ଟାଟା ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାର ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ଏହାଦ୍ବାରା ଦେଶରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦୂର ହୋଇପାରିବ ।

wp:html /wp:html

ଟାଟା ଗ୍ରୁପ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଲେଖିଛି, ଭାରତର ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପ୍ରସଂଶନୀୟ ।  ଅକ୍ସିଜେନ୍ ସଙ୍କଟକୁ କମ୍ କରିବା, ସ୍ବାସ୍ଥ୍ୟ ପାଇଁ ମୌଳିକ ଭିତ୍ତିଭୂମୀକୁ ପ୍ରୋତ୍ସାହନ ଦେବାର ଏକ ଚେଷ୍ଟା । ଆଉ ଏକ ଟୁଇଟରେ କମ୍ପାନୀ ଲେଖିଛି, ଟାଟା ଗ୍ରୁପ୍ ତରଳ ଅକ୍ସିଜେନ୍ ପରିବହନ ପାଇଁ ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.