ଏୟାରଏସିଆ ଇଣ୍ଡିଆରେ ୫୦ ନିୟୁତ ଡଲାର ନିବେଶ କରିବ ଟାଟା ଗ୍ରୁପ୍

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧ : ଏୟାରଏସିଆ ଇଣ୍ଡିଆରେ ୫୧ ପ୍ରତିଶତ ଅଂଶଧନ ଥିବା ଟାଟା ସନ୍ସ ପ୍ରାୟ ୫୦ ନିୟୁତ ଡଲାର୍ ନିବେଶ କରିବ । ଗତ ସପ୍ତାହରେ, ମାଲେସିଆର କ୍ୟାରିଅର୍ ଏୟାର ଏସିଆ କହିଛି ଯେ ଟାଟା ସନ୍ସ ସହ ସହଭାଗିତାରେ ଭାରତରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରୁଛି ଏବଂ ଏହା ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରୁ ବାହାରିଯିବାକୁ ଚାହୁଁଛି । ମାଲେସିଆର ବଜେଟ୍ ପରିବହନକାରୀ କହିଛନ୍ତି ଯେ ସାରା ବିଶ୍ବରେ ଏବେ କରୋନା ମହାମାରୀ ପାଇଁ କମ୍ପାନୀ ଆର୍ଥିକ କ୍ଷତି ସହୁଛି ।  ଗତ ମାସରେ, ଏୟାରଆସିଆ ଜାପାନରେ ହାଇ ଚ୍ୟାଲେଞ୍ଜିଂ ଅପରେଟିଂ କଣ୍ଡିସନ୍ସ ଦର୍ଶାଇ ବିମାନ ଚଳାଚଳ ବନ୍ଦ କରିଦେଇଥିଲା | ଏହାପୂର୍ବରୁ ଅନେକ ଥର ଖବର ପ୍ରକାଶ ପାଇଥିଲା ଯେ ଟାଟା ସନ୍ସ ଏୟାରଆସିଆ ଗ୍ରୁପର ଅଂଶଧନ କିଣିବାକୁ ଯାଉଛି ।

ଡେବିଟ୍ ଏବଂ ଇକ୍ୱିଟିର ମିଶ୍ରଣ ମାଧ୍ୟମରେ ଟାଟା ସନ୍ସ ପୁଞ୍ଜି ନିବେଶ କରି​ବାକୁ ଲକ୍ଷ ରଖିଛନ୍ତି ଏବଂ ଏୟାର ଏସିଆ ଇଣ୍ଡିଆରେ ଟାଟା ଗ୍ରୁପ୍‌ର ଅଂଶଧନ ବର୍ତ୍ତମାନର ୫୧ ପ୍ରତିଶତରୁ ଅଧିକ ହେବାକୂ ଯାଉଛି । ଏହା ମଧ୍ୟ ହୋଇପାରେ ଯେ, ଟାଟା ସନ୍ସ ଏୟାର ଏସିଆର ଅଂଶଧନ ସମ୍ପର୍ଣ୍ଣ କିଣିପାରନ୍ତି । ୧୧୩ ବିଲିୟନ ଡଲାରର ସଲ୍ଟ-ଟୁ-ସଫ୍ଟୱେର୍ କନଗ୍ଲୋମେରେଟ୍ ଏୟାର ଏସିଆ ଇଣ୍ଡିଆରେ ବିନିଯୋଗ ହୋଇ ରହିବ ଏବଂ ଭବିଷ୍ୟତରେ ବିନିଯୋଗ କରିବା ପାଇଁ ଏହା ଏକ ଉପଯୁକ୍ତ ଭାଗିଦାରୀ ପାଇପାରେ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏୟାର ଏସିଆ ଗ୍ରୁପର ଅଧ୍ୟକ୍ଷ ବୋ ଲିଙ୍ଗମ କହିଛନ୍ତି ଯେ, ଏୟାର ଲାଇନ୍ସର ବ୍ୟବସାୟ ଭାରତ ଏବଂ ଜାପାନରେ ଅନେକ ମାତ୍ରାରେ କ୍ଷତି ସହୁଛି ଯାହା ଫଳରେ କି କମ୍ପାନୀ ଏବେ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀରେ ଏୟାରଏସିଆ ଇଣ୍ଡିଆର ମୋଟ ଅଂଶଧନ ୭ ପ୍ରତିଶତ ଥିବାବେଳେ ଭାରତରେ ତାର ପାଖାପାଖି ୩ ହଜାର କର୍ମଚାରୀ କାର୍ଯ୍ୟକରୁଛନ୍ତି । ଯାହଫଳରେ କି କେବଳ ୨୦୨୦ ଆର୍ଥିକ ବର୍ଷରେ କମ୍ପାନୀ ୩୧୭କୋଟି ଟଙ୍କାର କ୍ଷତି ସହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.