ବଜେଟରେ ସମ୍ଭାବନା : ୧୫୦ ପ୍ରାଇଭେଟ୍ ଟ୍ରେନ୍ ଚାଲିବ ,ଟ୍ରେନ୍ ମାଲିକାନା ପାଇଁ ଟାଟା ଗ୍ରୃପ୍ ଆଗ୍ରହୀ
3/02/2020 at 2:24 PM

ନୂଆଦିଲ୍ଲୀ ୩/୨: ଟାଟା ଗ୍ରୃପ୍ ଭାରତ ସରକାରଙ୍କ ୧୫୦ଟ୍ରେନ୍ ଘରୋଇ ମାର୍ଗରେ ଚଲାଇବା ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନାରେ ରୁଚି ଦେଖାଇଛି। ଏହି ଯୋଜନା ଶନିବାର ପ୍ରସ୍ତୁତ କରାଯାଇଥିବା ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉଲ୍ଲେଖ କରିଥିଲେ। ଟାଟା ଗ୍ରୁପର ପ୍ରତିନିଧି ଶନିବାର ହୋଇଥିବା ହିତଧାରକଙ୍କ ବୈଠକରେ ଭାଗ ନେଇଥିଲେ।
ଏହି ବୈଠକରେ ଭାରତୀୟ ରେଲଓ୍ବେ ସହ କେଉଁଭଳି ଭାବେ ନିଷେଧ ଥିବା ମାର୍ଗରେ ଘରୋଇ କମ୍ପାନୀକୁ ସୁଯୋଗ ଦିଆଯାଉଛି ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ଅଦାନି,ଏଲଷ୍ଟାମ୍,ସିମେନ୍ସ,ବମ୍ବାର୍ଡ଼ିଅର ଏବଂ ଅନ୍ୟ କମ୍ପାନୀ ମଧ୍ୟ ଉପସ୍ଥିତ ଥିଲେ।
ତେଜସ୍ ଏକ୍ସପ୍ରେସ୍ ଭଳି ଘରୋଇ ଟ୍ରେନକୁ ନୂଆ ମାର୍ଗରେ ଚଲାଯିବାକୁ ବଜେଟରେ ଘୋଷଣା କରାଯାଇଥିଲା।
ଘରୋଇ ମାର୍ଗକୁ ରେଲଓ୍ବେ ସହ ମିଳିତ କରିବା ଦ୍ବାରା ସରକାରଙ୍କୁ ଅତି କମରେ ୨୨୫୦୦କୋଟି ଟଙ୍କା ବିନିଯୋଗ କରିବାର ଆଶା ରହିଛି। ଭାରତୀୟ ରେଲଓ୍ବେ ୧୫୦ଟ୍ରେନ୍ ସଞ୍ଚାଳିତ କରୁଥିବା ଘରୋଇ କ୍ଷେତ୍ରରୁ ୧୦୦ଟି ଭାରି ଯାତାୟାତ ମାର୍ଗକୁ ପଟ୍ଟାରେ ଦେଇ ଲାଇସେନ୍ସ ଏବଂ ଲଦେଇ ଶୁଳ୍କ ମାଧ୍ୟମରେ ଟଙ୍କା ରୋଜଗାର କରିବାର ଆଶା ରଖିଛି।
ଅର୍ଥ ମନ୍ତ୍ରୀ ବଜେଟ୍ ପ୍ରସ୍ତୁତ କରିବା ସମୟରେ ଏହି ଯୋଜନା ସାମନାରେ ରଖିଥିଲେ। ସେ କହିଥିଲେ ଯେ ୪ ରେଲଓ୍ବେ ଷ୍ଟେସନ୍ ପୁର୍ନବିକାଶ ଏବଂ ୧୫୦ ଟ୍ରେନର ସଞ୍ଚାଳନ ପିପିପି ମୋଡରେ କରାଯିବ।