ବିଗ୍ ବାସ୍କେଟ୍‌କୁ କିଣିବା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ଟାଟା

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୧: ଦେଶର ସର୍ବ ବୃହତ୍ତ ଅନଲାଇନ ଗ୍ରୋସରୀ କମ୍ପାନୀ ବିଗ୍‌ ବାସ୍କେଟରେ ଟାଟା ଗ୍ରୁପ ନିଜର ଭାଗିଦାରୀ ବଢାଇବାକୁ ଯାଉଛନ୍ତି। ଏଥିଲାଗି ଗ୍ରୋସରୀ କମ୍ପାନୀରେ ଟାଟା ୨୦୦ରୁ ୨୫୦ ମିଲିୟନ ଡଲାର ଅର୍ଥାତ ୧ ହଜାର ୮୦୦ କୋଟି ଟଙ୍କା ନିବେଶ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି।  ଦୀର୍ଘ ଆଲୋଚନା ପରେ ଏହି ନିବେଶ ହେବାକୁ ଯାଉଥିବା ବେଳେ ବିଗବାସ୍କେଟରେ ଟାଟାଙ୍କ ଭାଗିଦାରୀ ୬୦ ପ୍ରତିଶତକୁ ପହଞ୍ଚିବ।

{"id":395521,"sizeSlug":"large","linkDestination":"none"}

ବିଗବାସ୍କେଟ୍‌ରେ ଟାଟାଙ୍କ ନିବେଶ ପରେ ଏଥିରେ ଥିବା ଚୀନ୍‌ ଅଂଶିଦାର ଆଲିବାବା ହୋଲ୍ଡିଂସ୍‌ ଓ ପ୍ରାଇଭେଟ ଇକ୍ୱିଟି ଫାର୍ମ ଅବ୍ରାଜ ଗ୍ରୁପର ଭାଗିଦାରୀ ସମାପ୍ତ ହୋଇଯିବ। ବିଗ୍‌ବାସ୍କେଟ୍‌ରେ ଆଲିବାବା ହୋଲ୍ଡିଂସର ୨୭.୫୮ ଓ ଅବ୍ରାଜ ଗ୍ରୁପର ୧୮.୦୫ ପ୍ରତିଶତ ଅଂଶିଦାରୀ ରହିଛି।  ବିଗବାସ୍କେଟଙ୍କ ଲାଗି ଟାଟା ଗ୍ରୁପଙ୍କୁ ପ୍ରାଇମେରୀ ଓ ସେକେଣ୍ଡାରୀ ସେୟାର କ୍ରୟ କରିବାକୁ ପଡିବ। ଏଥି ନିମନ୍ତେ  ପ୍ରାୟ ୧.୩ ବିଲିୟନ ଡଲାର ଅର୍ଥାତ ୯.୫୭ ହଜାର କୋଟି ଟଙ୍କା ପୈଠ କରିବାକୁ ପଡିବ।

{"id":395522,"width":577,"height":433,"sizeSlug":"large","linkDestination":"none"}

ମିଳୁଥିବା ସୂଚନାରୁ ବିଗବାସ୍କେଟ୍ ଓ ଟାଟାଙ୍କ ଏହି କାରବାର ଖୁବ ଶୀଘ୍ର ହେବାକୁ ଯାଉଛି। ଯାହା ଦେଶର ଅନଲାଇନ୍‌ ବିଜନେସ୍ ସ୍ପେସ୍‌ରେ ଏବେକା ସମୟର ସବୁଠୁ ବଡ କାରବାର ହେବ। ଟାଟା ବିଗ୍‌ବାସ୍କେଟ କ୍ରୟ ସହ ଏହାକୁ ପବ୍ଲିକ କମ୍ପାନୀରେ ପରିଣତ କରିବେ। ଅର୍ଥାତ ୨୦୨୨-୨୩ରେ ବିଗବାସ୍କେଟ୍ ଆଇପିଓ ଲଞ୍ଚ କରିପାରିବେ।

{"id":395524,"sizeSlug":"large","linkDestination":"none"}

ବିଗବାସ୍କେଟ୍‌ ସଂସ୍ଥାପକଙ୍କ ମଧ୍ୟରେ ହରି ମେନନ୍‌ଙ୍କ ସମେତ ବିପୁଲ ପାରେଖ, ଅଭିନୟ ଚୌଧୁରୀ, ରମେଶ ବି.ଏସ୍ ଓ ବି.ଏସ୍‌.ସୁଧାକର ଆଦି ଅଛନ୍ତି। କମ୍ପାନୀରେ ଏମାନଙ୍କର ପ୍ରତ୍ୟେକ ୫ ପ୍ରତିଶତ ସେୟାର ରହିଛି। ବିଗବାସ୍କେଟର ଏବେ ମୋଟ ବଜାର ମୂଲ୍ୟ ଅନୁନ୍ୟ ୧.୬ ବିଲିୟନ ଡଲାର ଅର୍ଥାତ ୧୧.୭୮ ହଜାର କୋଟି ଟଙ୍କା। ଯାହାକୁ ସେମାନେ ୨ ବିଲିୟନ ଡଲାରକୁ ନେଇଯିବାକୁ ଯୋଜନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.