ଲଞ୍ଚ ହେବ ଟାଟାର ଅଲଟ୍ରୋଜର କ୍ୟାବିନ୍ କାର୍ : ମାରୁତି ବାଲେନୋକୁ ଦେବ ଟକ୍କର

Published By : Prameya-News7 Bureau | September 17, 2019 IST

ନୂଆଦିଲ୍ଲୀ ୧୭/୯: ଟାଟା ମୋଟର୍ସ ଖୁବ୍ ଶୀଘ୍ର ନିଜର ନୂଆ ପ୍ରିମିୟମ ହ୍ୟାଚବ୍ୟାକ ଅଲଟ୍ରୋଜ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି। ଭାରତୀୟ କାର୍ ବଜାରରେ ଲଗାତାର ଏହା ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ଅଲଟ୍ରୋଜକୁ ଟେଷ୍ଟିଙ୍ଗ ସମୟରେ ମଧ୍ୟ ଦେଖାଯାଇଥିଲା। ଟାଟା ଅଲଟ୍ରୋଜର କ୍ୟାବିନର ଫଟୋ ମଧ୍ୟ ସାମନାକୁ ଆସିଛି।

{"id":158951}

ଟାଟା ମୋଟରର୍ସ ଗୋଟିଏ ପରେ ଗୋଟିଏ ଦମଦାର କ୍ବାଲିଟିର ଗାଡ଼ି ପ୍ରସ୍ତୁତ କରୁଛି। ନୂଆ ଅଲଟ୍ରୋଜରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିବ। ଏହା ଏକ ପ୍ରିମିୟମ୍ ହ୍ୟାଚବ୍ୟାକ୍ କାର ହେବ। ଲିକ୍ ହୋଇଥିବା ଫଟୋ କଥା କହିବା ଯଦି ଏଥିରେ କାରର ଇଣ୍ଟେରିୟର ଡୁଆଲ-ଟୋନ୍ କଲରରେ ରହିଛି। ଏଥିରେ ବ୍ଲ୍ୟୁ ଆମ୍ବିଏଣ୍ଟ ଲାଇଟିଙ୍ଗ ମଧ୍ୟ ଦେଖିବାକୁ ମିଳେ। ଏହା ବ୍ୟତୀତ ଏଥିରେ ଫ୍ଲୋଟିଙ୍ଗ ଇନଫୋଟେନମେଣ୍ଟ ସିଷ୍ଟମ ମିଳିବ ଯାହା ଆଜିକାଲି ଯଥେଷ୍ଟ ଟ୍ରେଣ୍ଡି ହୋଇଛି। କେବଳ ଏତିକି ନୁହେଁ କାରରେ ୩-ସ୍ପୋକ୍ ମଲଟି ଫଙ୍କସନ ଷ୍ଟିୟରିଙ୍ଗ ହ୍ବିଲ,ଅଟୋମେଟିକ୍ କ୍ଲାଇମେଟ କଣ୍ଟୋଲ୍ ଏବଂ ହ୍ୟାରିୟର ଭଳି ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦେଖିବାକୁ ମିଳିବ।

{"id":158952,"width":580,"height":386}

ପରଫରମନ୍ସ ପାଇଁ ଟାଟା ଅଲଟ୍ରୋଜରେ ୧.୨ଲିଟରର ପେଟ୍ରୋଲ ଇଞ୍ଜିନ୍ ଏବଂ ୧.୫ଲିଟରର ଡିଜେଲ ଇଞ୍ଜିନ୍ ମିଳିପା​‌ରେ। କୁହାଯାଉଛି ଏହି ଦୁଇଟି ଇଞ୍ଜିନ୍ ୫ସ୍ପିଡ ମ୍ୟାନୁଏଲ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନ୍ ଅପ୍ସନ ସହ ଆସିପାରେ। ଆରମ୍ଭରେ ଅଲଟ୍ରୋଜ କମ୍ପାନୀ କେବଳ ମ୍ୟାନୁଏଲ ଗିଅରବକ୍ସ ସହ ଆରମ୍ଭ କରିପାରେ। ଏହି କାରକୁ କମ୍ପାନୀ ନୂଆ ପ୍ଲାଟଫର୍ମ ଆଲ୍ଫାରେ ପ୍ରସ୍ତୁତ କରିବ। କାରର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ରହିପାରେ। ଭାରତରେ ଏହାର ମୁକାବିଲା ମାରୁତି ବଲେନୋ ଏବଂ ଟୟୋଟା ଗ୍ଲାଞ୍ଜା ଭଳି କାର ସହ ହେବ। ଏହି କାର୍ ଚଳିତ ବର୍ଷ ଦୀପାବଳିରେ ଲଞ୍ଚ ହୋଇପାରେ।

{"id":158953,"width":589,"height":319}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.