ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ଟାଟା ଏସିଇ, ଡ୍ରାଇଭର ଆହତ

Published By : Prameya-News7 Bureau | May 30, 2019 IST

ପାଟଣା ୩୦|୫:  ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲା ଟାଟ ଏସିଇ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଡ୍ରାଇଭର । କେନ୍ଦୁଝର ଜିଲ୍ଲା ପାଟଣା ୨୨୦ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ସ୍ବାମ ବଡନାଳ ପୋଲ ତଳକୁ ଖସି ପଡିଲା ଗାଡି ।

{"id":117484}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଓଡ଼ି ୦୨ବିବି୫୩୮୪ନମ୍ବର ବିଶିଷ୍ଟ ଏକ ମାଲବାହୀ ଟାଟାଏସିଇ ଗାଡି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଛି । ଫଳରେ ଗାଡି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଗାଡିଟି ଭୁବନେଶ୍ବରରୁ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବଜାରକୁ ୱ।ସିଙ୍ଗ ମେସିନ୍ ନେଇଯାଇଥିଲା। ଯଶିପୁରରୁ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡିଛି । ଏହି ପୁରୁଣା ପୋଲକୁ ଲଗାଇ ଏକ ଠିକାଦାର ସଂସ୍ଥା ନୂତନ ପୋଲ ନିର୍ମାଣ କରୁଥିଲେ ହେଁ ପୁରଣା ପୋଲ ପାର୍ଶ୍ବରେ ସତର୍କ ସୂଚନା କିମ୍ବା ସୁରକ୍ଷା ବାଡ଼ ନ ଲଗାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.