ଘରକୁ ଫେରୁଥିବା ଦୁଇ ଯୁବତୀଙ୍କୁ ଧକ୍କା ଦେଲା ଟାଟା ଏସିଇ ଗାଡି, ଜଣେ ଗୁରୁତର

Published By : Prameya-News7 Bureau | December 14, 2020 IST

ବାଲିପାଟଣା ୧୪।୧୨:  ଘରକୁ ଫେରୁଥିବା ଦୁଇ ଯୁବତୀଙ୍କୁ ଧକ୍କା ଦେଲା ଟାଟା ଏସିଇ ଗାଡି । ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଳକାଟି-ଝିଣ୍ଟି ଶାସନ ରାସ୍ତାରେ ନିଜ ଗ୍ରାମ ଝିଣ୍ଟି ଶାସନକୁ ସାଇକେଲ୍‌ ଯୋଗେ ଦୁଇ ଜଣ ଯୁବତୀ ଫେରୁଥିବା ବେଳେ ସାତକାଣିଆ ଠାରେ ଦ୍ରୁତ ଗତିରେ ଆସୁଥିବା ଟାଟା ଏସିଇ ଗାଡ଼ି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ ଭାଙ୍ଗିବା ସହ ଯୁବତୀ ଜଣକ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ଯୁବତୀ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

ଦୁର୍ଘଟଣା ଘଟାଇ ଟାଟା ଏସିଇ ଗାଡ଼ିଟି ଓଲଟି ପଡିଛି । ଗାଡ଼ିର ଚାଳକ ଅତ୍ୟଧିକ ମଦ୍ୟପାନ କରି ଏଭଳି ଦୁର୍ଘାଟଣା ଘଟାଇଥିବା ଅଭିଯୋଗ ହୋଇଛି । ବାଳକାଟି ଫାଣ୍ଡି ପୋଲିସ୍ ଗାଡ଼ିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.