Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ମୋଟା ଅଙ୍କର ଫାଇନ୍ : ଭଦ୍ରକରେ ୩୮,୫୦୦ ଟଙ୍କାର ଜରିମାନା ଦେଲେ ଟାଟା ଏସିଇ ଡ୍ରାଇଭର

7/09/2019 at 1:40 PM

ଭଦ୍ରକ ୭।୯: ନୂଆ ଟ୍ରାଫିକ ନିୟମ ଉଲଂଘନ କରି ପୁଣି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ଜଣେ ଡ୍ରାଇଭର । ଭଦ୍ରକ ଜିଲ୍ଲା ଚରମ୍ପାରେ ଟାଟା ଏସିଇ ଡ୍ରାଇଭର ଦେଇଛନ୍ତି ୩୮ ହଜାର ୫ଶହ ଟଙ୍କା ମାନା ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।

ଚେକିଂ ବେଳେ ଭଦ୍ରକ ଚରମ୍ପାରେ ଟାଟା ଏସିଇ ଗାଡିକୁ ଅଟକାଇଥିଲେ ଟ୍ରାଫିକ୍ କର୍ମଚାରୀ । ଉକ୍ତ ଟାଟା ଏସିଇ ଗାଡିର ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଏହାସହ ଗାଡିର ଫିଟ୍‌ନେସ୍ ଓ ଗାଡି ପରମିଟ୍‌ ମଧ୍ୟ ନଥିଲା । ଫଳରେ ମୋଟା ଅଙ୍କର ଚାଲାଣ କାଟିଛନ୍ତି ଟ୍ରାଫିକ୍ ପୋଲିସ । ତାଙ୍କୁ ୩୮ ହଜାର ୫ଶହ ଟଙ୍କା ଜରିମାନା ଦେବାକୁ ପଡିଛି ।

   Related Posts