ଷ୍ଟେଜ୍‌ରେ ସଲମାନ-କ୍ୟାଟ୍ରିନାଙ୍କ ସହ ଡ୍ୟାନସର କିନ୍ତୁ ପ୍ରଶ୍ନ ଉଠାଇଲେ ତସ୍‌ଲୀମା, ବାଂଲାଦେଶରେ ଅଧା ଲଙ୍ଗୁଳି ନାଚକୁ ମୁଲ୍ଲା ଦେଖୁଥିଲେ କେମିତି..

Published By : Prameya-News7 Bureau | December 10, 2019 IST

ବାଂଲାଦେଶ୧୦/୧୨: ବାଂଲାଦେଶରେ ଚାଲିଥିବା ଟି-୨୦ ମ୍ୟାଚ୍‌ର ଗ୍ରାଣ୍ଡ୍ ଓପନିଙ୍ଗ୍‌ରେ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସାମିଲ୍ ହୋଇଥିଲେ। ଏଥିସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଗ୍ରାଣ୍ଡ୍ ଓପନିଂରେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ​‌ରେ ସଲମାନ ଓ କ୍ୟାଟ୍ରିନା ଉଭୟ ଷ୍ଟେଜରେ ଦମଦାର୍ ଡ୍ୟାନ୍ସ କରିଥିଲେ। କିନ୍ତୁ ଷ୍ଟେଜ୍‌ ଉପରେ ସଲମାନଙ୍କ ଡ୍ୟାନ୍ସକୁ ବାଂଲାଦେଶର ଲେଖିକା ତସ୍‌ଲୀମା ନସ୍‌ରୀନ ନାପସନ୍ଦ କରିଛନ୍ତି।  ଏ ନେଇ ତସଲିମା ମଧ୍ୟ  ପ୍ରଶ୍ନ  ଉଠାଇଛନ୍ତି।

wp:core-embed/twitter {"url":"https://twitter.com/taslimanasreen/status/1203931352703229952","type":"rich","providerNameSlug":"twitter","className":""}
https://twitter.com/taslimanasreen/status/1203931352703229952
/wp:core-embed/twitter

ତସ୍‌ଲିମା ନିଜ ଟ୍ବିଟର ଆକାଉଣ୍ଟରେ ସଲମାନଙ୍କ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସଲମାନ ଖାନ ଓ ମହିଳା ଡ୍ୟାନ୍ସସରଙ୍କ ଡ୍ୟାନ୍ସ କରିଥିଲେ। ଏହି ପୋଷ୍ଟରେ ତସ୍‌ଲୀମା ଲେଖିଥିଲେ ଯେ ରକ୍ଷଣଶୀଳ ମୁସ୍‌ଲିମ  ଦେଶରେ ଉତ୍ତେଜକ ଗୀତରେ ସଲମାନ ଖାନ ଅର୍ଦ୍ଧ ଉଲଗ୍ନ ମହିଳାଙ୍କ ସହ ଷ୍ଟେଜ୍ ଉପରେ ଡ୍ୟାନ୍ସ କରିଛନ୍ତି। ତାଙ୍କର ଏହି ଡ୍ୟାନ୍ସକୁ ଦେଖି ଉପସ୍ଥିତ ଦର୍ଶକ ବହୁତ ଖୁସି ହୋଇଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ ସେମାନେ ଅଣ-ଇସ୍‌ଲାମିୟା ଧର୍ମକୁ ପସନ୍ଦ କରନ୍ତି ଯିଏ ବାହାର ଦେଶରୁ ଆସିଛନ୍ତି। ଅର୍ଥାତ ପରୋକ୍ଷ ଭାବରେ ସେ ସଲମାନ ଓ କ୍ୟାଟ୍ରିନା କୈଫଙ୍କୁ  କହିଥିଲେ।

wp:core-embed/instagram {"url":"https://www.instagram.com/p/B50dkrmlAqn/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B50dkrmlAqn/?utm_source=ig_web_copy_link
/wp:core-embed/instagram

ତସ୍‌ଲୀମାଙ୍କ ଏହି ଟ୍ବିଟ୍‌ରେ ବହୁ ୟୁଜର୍ସ ନିଜ ନିଜର ମତ ଦେଇଛନ୍ତି। କିଏ କିଏ ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କେହି କେହି ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.