କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ଓ ବିବାଦୀୟ ତସଲିମା ନସରିନ ମୁହାଁମୁହିଁ : ମଲାଲାଙ୍କ ଟୁଇଟ ଉପରେ ଏମିତି କଡା ଜବାବ ଦେଲେ ତସଲିମା…

Published By : Prameya-News7 Bureau | August 12, 2019 IST

ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଭାରତର ଏହି ବଡ ପଦକ୍ଷେପକୁ ନେଇ ପାକିସ୍ତାନ ରକ୍ତ ଚାଉଳ ଚୋବେଇବାରେ ଲାଗିଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜଇଙ୍କର ମଧ୍ୟ ଜାମ୍ମୁ କାଶ୍ମୀର ନେଇ ନିଜ ପ୍ରତିକ୍ରିୟା ଦେଇଥିଲେ।

ମଲାଲା ଟୁଇଟ୍‌ କରିଥିଲେ ଯେ, କାଶ୍ମୀରର ଲୋକେ ଏଭଳି ସଂଘର୍ଷରେ ସେବେଠୁ ଅଛନ୍ତି ଯେବେ ସେ ଛୁଆ ଥିଲେ, ଯେବେ ତାଙ୍କ ମାଁ ବାପା ଛୁଆ ଥିଲେ, ଯେବେ ତାଙ୍କ ଜେଜେ, ଜେଜେ ମା ଯୁବକ ଯୁବତୀ ଥିଲେ।ମଲାଲା ଜମ୍ମୁ-କାଶ୍ମୀରର ମୁସଲମାନମାନଙ୍କ ପାଇଁ ମଧ୍ୟ ଚିନ୍ତା ପ୍ରାଶ କରିଥିଲେ । ହେଲେ ମଲାଲାଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ବାଙ୍ଗଲାଦେଶରୁ ନିର୍ବାସିତ ବିବାଦୀୟ ଲେଖିକା ତସଲିମା ନସରୀନ୍‌ । ମଲାଲାଙ୍କ ଟୁଇଟ୍‌ରେ ଜବାବ ଦେଇ ତାଙ୍କୁ ଅନେକ କଥା ଶୁଣାଇଛନ୍ତି।    

{"id":143643}

 ତସଲିମା ଲେଖିଛନ୍ତି ଯେ, ମଲାଲା କାଶ୍ମୀରୀ ମୁସଲମାନଙ୍କ ପାଇଁ ବହୁତ ଚିନ୍ତିତ। ହେଲେ ସେ ପାକିସ୍ତାନର ହିନ୍ଦୁ ଓ ବଲୁଚିସ୍ତାନ ଲୋକେ ଭୋଗୁଥିବା ନିର୍ଯ୍ୟାତନା ଏବଂ କଷ୍ଟ ତାଙ୍କୁ ଦେଖାଯାଉନାହିଁ । ମଲାଲାଙ୍କ ଟୁଇଟରୁ ଏପରି ଲାଗୁଛି ଯେ, ତାଙ୍କର ପରାମର୍ଶ ଦାତା ଭାବୁଛନ୍ତି ଯେ, ସବୁଠୁ ବିଶ୍ବାସ ବା ଅବଧାରଣା ହିଁ ବଡ । ତେବେ ଆପଣଙ୍କ ଅବଧାରଣା ବା ବିଶ୍ବାସ ଯଦି ଆପଣଙ୍କ ବିବେକକୁ ନଷ୍ଟ କରିଦେଉଛି ଏବଂ ତାହା ଆପଣ ରୋକିପାରୁ ନାହାନ୍ତି ତାହେଲେ ଆପଣ କେବେବି ମହାନ ଚିନ୍ତାଧାରର ମଣିଷ ନୁହନ୍ତି ବୋଲି ତସଲିମା ଲେଖିଛନ୍ତି ।

{"id":143644}

ପାକିସ୍ତାନୀ ନାଗରିକ ମଲାଲା ଏବେ ଲଣ୍ଡନରେ ରହୁଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ବିଭିନ୍ନ ସଂସ୍କୃତି, ଭାଷା, ଧର୍ମ, ପରମ୍ପରାର ୧.୮ ବିଲିୟନ ଲୋକ ଦକ୍ଷିଣ ଏସିଆରେ ରହୁଛନ୍ତି।  ତାଙ୍କ ବିଶ୍ବାସ ଯେ, ସମସ୍ତେ ଏହି ଦୁନିଆରେ ପରସ୍ପରଙ୍କ ସହ ଜଡିତ । ତେଣୁ ପରସ୍ପରଠାରୁ ଭିନ୍ନ ନହୋଇ ଏକାସହ ବିଶ୍ବ ପାଇଁ କିଛି ନା କିଛି ତ କରି ହେବ।

ମଲାଲା ଟୁଇଟରରେ ସେୟାର କରିଛନ୍ତି ଯେ, ପରସ୍ପରକୁ ଦୁଃଖ ଦେବା ଅନାବଶ୍ୟକ। ଏଭଳି ଲଗାତାର ପରସ୍ପରକୁ କଷ୍ଟ ଦେବା ଜରୁରୀ ନୁହେଁ। ସେ କେବଳ କାଶ୍ମୀରୀ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ଏଭଳି ହିଂସା ମାହୋଲରେ ସବୁଠୁ ଅଧିକ ଦୟନୀୟ ଅବସ୍ଥାରେ ସେଠାର ଲୋକେ ଅଛନ୍ତି। ଯେଉଁମାନଙ୍କୁ ପ୍ରତି ମୂବୁର୍ତ୍ତରେ କିଛି ନା କିଛି ଅସୁବିଧାର ସାମ୍ନା କରିବାକୁ ପଡିଥାଏ।  

ନୋବେଲ ଶାନ୍ତି ପୁରସ୍କାର ପାଇ ସମ୍ମାନୀତ ହୋଇଥିବା ମଲାଲା ଆଶା କରୁଛନ୍ତି ଯେ, କାଶ୍ମୀରରେ ଖୁବ ଶୀଘ୍ର ଶାନ୍ତିର ମାହୋଲ ଦେଖିବାକୁ ମିଳିବ। ମିଳି ମିଶି କାଶ୍ମୀର ସମସ୍ୟା ଦୂର କରିବା ଉଚିତ୍‌।ପରସ୍ପରଙ୍କ ମଧ୍ୟରେ ଯେତେ ଯାହା ପାର୍ଥକ୍ୟ ଥିଲେ ମଧ୍ୟ ମହିଳା ଓ ପିଲା ଛୁଆଙ୍କ ସୁରକ୍ଷା ପାଇଁ ସମସ୍ତେ ଏକା ସହ ଆଗକୁ ବଢିବା ଜରୁରୀ। କେବଳ ସେତିକି ନୁହେଁ ଗତ ୭ ଦଶକରୁ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ୍‌।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.