ଚିଲିକା ଡଙ୍ଗାବୁଡି ପରେ ଚେତିଲା ପ୍ରଶାସନ, ଘଟଣାର ତନାଘନା ସହ ଡଙ୍ଗା ଗୁଡିକର କାଗଜପତ୍ର ଯାଞ୍ଚ

Published By : Prameya-News7 Bureau | February 04, 2020 IST

ଟାଙ୍ଗୀ ୪।୨: ଚିଲିକା ମଝିରେ ଡଙ୍ଗାବୁଡି ଟ୍ରାଜେଡି ପରେ ଚେତିଲା ଜିଲ୍ଲା ପ୍ରଶାସନ । ଡଙ୍ଗାବୁଡି ଘଟଣାର ତନାଘନା ସହ ଡଙ୍ଗା ଗୁଡିକର କାଗଜପତ୍ର ଯାଞ୍ଚ କରୁଛି ସ୍ବତନ୍ତ୍ର ଟାକ୍ସ ଫୋର୍ସ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ପାଇଁ ଏହି ଟାକ୍ସ ଫୋର୍ସ ଗଠନ କରାଯାଇଥିଲା । ଯେଉଁଥିରେ ମତ୍ସ୍ୟ ବିଭାଗ, ଜଳ ପରିବହନ ବିଭାଗ, ସିଡିଏ, ପୋଲିସ ଏବଂ ଚିଲିକା ତହସିଲଦାର ଅଛନ୍ତି । ମାଛଧରା ଡଙ୍ଗା ଏବଂ ଯାତ୍ରୀ ପରିବହନ କରାଯାଉଥିବା ଡଙ୍ଗାର କାଗଜପତ୍ର ଯାଞ୍ଚ କରୁଛନ୍ତି ।

{"id":219913,"sizeSlug":"large"}

ଗତ ରବିବାର କାଳିଜାଈ ମନ୍ଦିରରୁ ଫେରିବା ବେଳେ ଏକ ଡଙ୍ଗା ବୁଡି ଯାଇଥିଲା । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିଲା । ଘଟଣା ନେଇ ଚିଲିକା ଅତିରିକ୍ତ ତହସିଲଦାରଙ୍କ ଅଭିଯୋଗ ଆଧାରରେ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଡଙ୍ଗା ମାଲିକ ଏବଂ ଚାଳକଙ୍କ ସହିତ ମୋଟ୍ ୪ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.