Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହିଳାଙ୍କ ବିବାହ ବୟସ ନିର୍ଣ୍ଣୟ ପାଇଁ ଗଠନ ହେବ ଟାସ୍କଫୋର୍ସ

1/02/2020 at 9:19 PM

ନୂଆଦିଲ୍ଲୀ ୦୧।୦୨- ମହିଳାଙ୍କ ବିବାହ ବୟସ ନିର୍ଣ୍ଣୟ କରାଯିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବଜେଟ୍‌ ଉପସ୍ଥାପନା ବେଳେ ସୂଚନା ଦେଇଛନ୍ତି । ଏହି ଟାସ୍କ ଫୋର୍ସ ମହିଳାମାନେ କେଉଁ ବୟସରେ ମାଆ ହେବା ପାଇଁ ଉପଯୁକ୍ତ ସେ ବିଷୟରେ ସୂଚନା ଦେବ । ପୂର୍ବରୁ ଏହା ୧୮ ବର୍ଷ ରହିଛି । ବାଳ ବିବାହ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ।

ମାତୃ ମୃତ୍ୟୁହାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ୧୯୨୯ ମସିହାରେ ପ୍ରସ୍ତୁତ ହୋଇଥିବା ଶାରଦା ଆକ୍ଟରେ ସଂଶୋଧନ କରାଯ।ଇ ୧୯୭୮ ମସିହାରେ ମହିଳାଙ୍କ ବିବାହ ବୟସ ୧୮ ବର୍ଷ କରାଯାଇଥିଲା । ଏବେ ଭାରତ ଆଗକୁ ବଢୁଥିବା ବେଳେ ମହିଳାମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି ।
ଶାରଦା ଆଇନରେ ସଂଶୋଧନ କରାଯାଇ ମହିଳାଙ୍କ ବିବାହ ବୟସ ୧୮ ବର୍ଷ ଓ ପୁରୁଷର ବିବାହ ବୟସ ୨୧ ବର୍ଷ କରାଯାଇଥିଲା ।

ଶାରଦା ଆକ୍ଟ ବଦଳରେ ୨୦୦୬ ମସିହାରେ ବାଳ ବିବାହ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା । ଏହି ଟାସ୍କ ଫୋର୍ସ ୬ ମାସ ମଧ୍ୟରେ ନିଜର ରିପୋର୍ଟ ଦେବ ।

ଏବେ ବେଟି ବଚାଓ ଓ ବେଟି ପଢାଓ ଯୋଜନାରେ ଝିଅମାନେ ଅଧିକ ସଂଖ୍ୟାରେ ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି । ଝିଅମାନଙ୍କ ନାମଲେଖା ପ୍ରତିଶତ ୯୪.୩ ହୋଇଥିବା ବେଳେ ପୁଅମାନଙ୍କର ୮୯ ପ୍ରତିଶତ ।
ପୋଷଣ ତତ୍ତ୍ୱ ବିଷୟରେ ଜାଣିବା ପାଇଁ ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

   Related Posts