Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ

8/03/2021 at 2:58 PM

ଭୁବନେଶ୍ୱର ୦୮।୦୩ : ଜଙ୍ଗଲ ନିଆଁ ପାଇଁ ଟାସ୍କ ଫୋର୍ସ ଗଠନ । ୯ଜଣିଆ ଟାସ୍କ ଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ନିଆଁ ଉପରେ ପ୍ରତିଦିନ ୪.୩୦ରେ ପ୍ରେସ୍‌ମିଟ୍‌ କରାଯିବ । ଯାହାକି ଅରଣ୍ୟ ଭବନରେ ଅନୁଷ୍ଠିତ ହେବ  । ତେବେ ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟିମ୍‌ କାର୍ଯ୍ୟ କରିବ ।

ଖବର ଅନୁଯାୟୀ, ରାଜ୍ୟରେ ଅନେକ ଜଙ୍ଗଲରେ ଏବ ନିଆଁ ଲାଗିଛି । ଯାହାକି ଲଗାତର କିଛି ଦିନ ହେଲେ ଜଳୁଛି ଜଙ୍ଗଲ । ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ  ଓ ବନବିଭାଗ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତାପରେ ବି ନିଆଁର ପ୍ରକୋପ କମ୍‌ ହୋଇନାହିଁ । ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅନେକ ଗଛ ପୋଡିବା ସହ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ରହିଛି । ଏମିତିକି ଜନବସତି ମୁହାଁ ହୋଇଛନ୍ତି ଜୀବଜନ୍ତୁ ।

ତେବେ ଏସବୁ ଭିତରେ ଆଜି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜଙ୍ଗଲ ନିଆଁକୁ ରୋକିବାକୁ ଟାସ୍କ ଫୋର୍ସ ଗଠନ କରାଯାଇଛି । ୯ଜଣିଆ ଟାସ୍କ ଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟିମ୍‌ କାର୍ଯ୍ୟ କରିବ । ଜଙ୍ଗଲ ନିଆଁ ଉପରେ ପ୍ରତିଦିନ ୪.୩୦ରେ ପ୍ରେସ୍‌ମିଟ୍‌ କରାଯିବ । ଯାହାକି ଅରଣ୍ୟ ଭବନରେ ଅନୁଷ୍ଠିତ ହେବ ।

   Related Posts