Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ବାରିକ ପାଇଁ ହେଲା ବିପଦ, ଦଶାହ କର୍ମରେ ଡେଇଁଲା କରୋନା : ପୂରା ପଞ୍ଚାୟତକୁ ସଟଡାଉନ୍ କଲେ ସରପଞ୍ଚ

29/07/2020 at 3:27 PM

ଆନନ୍ଦପୁର ୨୯।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଜଣେ ବାରିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତରେ ଆତଙ୍କ ଖେଳିଯାଇଛି । ଆନନ୍ଦପୁର ବ୍ଲକ୍ ତରତରା ପଞ୍ଚାୟତର ତରତରା ଗାଁରେ ଗତକାଲି ଏହି ବାରିକ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲେ । ପୌରାଞ୍ଚଳର ୭ ନମ୍ବର ୱାର୍ଡରେ ଜଣେ ବୃଦ୍ଧ ମୃତ ବ୍ୟକ୍ତିଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇ ସଂକ୍ରମିତ ହୋଇଥିଲେ ବାରିକ ଜଣଙ୍କ ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟକୁ ଦେଖି ସରପଞ୍ଚ ନିଜ କ୍ଷମତା ପ୍ରୟୋଗ କରି ଆଗୁଆ ପଦକ୍ଷେପ ନେଇଛନ୍ତି । ପଞ୍ଚାୟତକୁ ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ପ୍ରଶାସନ ତରଫରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ତଥାପି ଲୋକଙ୍କ ମନରୁ ଭୟ ଯାଉନି । ସମ୍ପୃକ୍ତ ବାରିକ ଜଣଙ୍କ ୭ ନମ୍ବର ୱାର୍ଡରେ ଦଶାହ କାମ ସାରି ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ଖିଅର କରିଥିବା ଅଭିଯୋଗ ହୋଇଛି । ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରିବା ସହିତ ବାରି ଙ୍କ ସହ ମିଶିଥିବା ଲୋକଙ୍କ କରୋନା ପରୀକ୍ଷା କରିବାକୁ ଦାବି ହେଉଛି ।

   Related Posts