ବୁର୍ଖା ପିନ୍ଧା ନାଚ ଭିଡିଓ ପୋଷ୍ଟ କରି ପ୍ରଶ୍ନ ପଚାରିଲେ ଫତେହ, ଜାଭେଦ୍ କହିଲେ ଶେରଲକ୍ ହୋମ୍ସଙ୍କୁ ଡାକ…
27/01/2020 at 5:15 PM

ନୂଆଦିଲ୍ଲୀ୨୭/୧: ଗତ ୪୦ ଦିନ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏବି) ଓ ଜାତୀୟ ନଜସଂଖ୍ୟା ରେଜିଷ୍ଟର (ଏନ୍ଆର୍ସି) ବିରୋଧରେ ନାରାବାଜି ଲାଗି ରହିଛି। ଏହି ନିୟମକୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ଦେଶରେ ବିକ୍ଷୋଭ ଜାରି ରହିଛନ୍ତି। ଛାତ୍ରଛାତ୍ରୀ ବି ବିରୋଧ ପ୍ରଦର୍ଶନ କରି ଆକ୍ରମଣରେ ଶିକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନୀରବ ରହିଛନ୍ତି। ଏହି ସମୟରେ ପାକିସ୍ତାନର ମୂଳ ବାସିନ୍ଦା କାନାଡ଼ିଆନ ଲେଖକ ତଥା ପ୍ରସିଦ୍ଧ ବିଚାରକ ତାରିକ୍ ଫତେହ ସୋସିଆଲ ମିଡିଆରେ ଏକ ବୁର୍ଖା ପିନ୍ଧା ନାଚ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଦେଖିଲା ପରେ ଜାଭେଦ୍ ଅଖତର ତାରିକ ଫତେହଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।
ଗତ ଶନିବାରରେ ତାରିକ ନିଜ ଟ୍ବିଟ୍ର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ। ସେହି ଭିଡିଓରେ କିଛି ଲୋକ ବୁର୍ଖା ପିନ୍ଧି ନାଚିବାର ଦୃଶ୍ୟ ରହିଛି। ଯେଉଁମାନେ ଷ୍ଟେଜ୍ରେ ଡ୍ୟାନ୍ସ କରୁଛନ୍ତି ସେମାନେ ପୁରୁଷ କି ମହିଳା ତାହା ଜାଣିବା କଷ୍ଟକର। ଏମାନଙ୍କ ମଧ୍ୟରେ ଜଣେ ମହିଳା ବଧୂ ବେଶରେ ବସିଛନ୍ତି। ଏହି ଭିଡିଓ ପୋଷ୍ଟରେ ଫତେହ ଲେଖିଛନ୍ତି ଯେ ଏହି ଭିଡିଓଟି ଶାହୀନବାଗର କି?
ଏହି ଭିଡିଓ ପୋଷ୍ଟରେ ପ୍ରସିଦ୍ଧ ଗୀତିକାର ଜାଭେଦ ନିଜର ମନ୍ତବ୍ୟ ଦେଇଥିଲେ। ଏମାନଙ୍କୁ ଚିହ୍ନିବା ପାଇଁ ଜଣେ ଶେରଲକ୍ ହୋମ୍ସର ଆବଶ୍ୟକତା ରହିଛି। ଏହା କୌଣସି ଏକ ବିବାହ ଉତ୍ସବର ଭିଡିଓ। ପାଖାପାଖି ୧୮ ମାସର ପୁରୁଣା ଭିଡିଓ । ଫତେହଙ୍କୁ ଟାର୍ଗେଟ କରି ଜାଭେଦ ଆହୁରି ମଧ୍ୟ ଲେଖିଛନ୍ତି ଆପଣ ମହିଳା ପ୍ରଦର୍ଶନକାରୀଙ୍କ ସହ ଅସହମତ ହୋଇ ପାରନ୍ତି। ହେଲେ ସେମାନଙ୍କ ଅସମ୍ମାନ କରନ୍ତୁ ନାହିଁ।