Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା : ଥାନାରୁ ଲିଖିତ ଅଭିଯୋଗ ପ୍ରତ୍ୟାହୃତ କଲେ ମୃତ ତାରିକ ସଲିମଙ୍କ ପରିବାର

24/11/2020 at 10:34 AM

ରାଉରକେଲା ୨୪।୧୧: ରାଉରକେଲା ବୀରମିତ୍ରପୁର ଥାନାରୁ ପ୍ରତ୍ୟାହୃତ ହେଲା ଲିଖିତ୍ତ ଅଭିଯୋଗ । ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କଲେ ମୃତ ତାରିକ ସଲିମଙ୍କ ପରିବାର । ମୃତ ତାରିକ ସଲିମଙ୍କ ପରିବାର ଗତ ୧୯ ତାରିଖ ସକାଳୁ ବୀରମିତ୍ରପୁର ଥାନାରେ ଲିଖିତ୍ତ ଅଭିଯୋଗ କରିଥିଲେ । ତାରିକ ସଲିମକୁ ହାଜତରେ ପୋଲିସ ପିଟି ପିଟି ମାରି ଦେଇଥିବା ନେଇ ଅଭିଯୋଗ ରହିଥିଲା । ସୋମବାର ଦିନ ପରିବାର ଲୋକେ ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କରିନେଇଛନ୍ତି । 

ପୋଲିସ ବିରୋଧରେ ହୋଇଥିବା ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ ହେବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ପ୍ରତିକ୍ରିୟା ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ଧମକ ଚମକ ଦେବା ସହ ଶାସକ ଦଳର ନେତା ଚାପ ପକାଇ ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କରାଇଛନ୍ତି । ଭୟରେ ପରିବାର ଲୋକେ ଅଭିଯୋଗ ପ୍ରତ୍ୟାହୃତ କରିଛନ୍ତି । ଏବେ ମଧ୍ୟ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଆଇଆଇସିଙ୍କୁ ନିଲମ୍ବନ କେବଳ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି । ୭ ଦିନ ଭିତରେ ଦୋଷୀକୁ ଗିରଫ କର ନଚେତ୍ ବୀରମିତ୍ରପୁର ବନ୍ଦ ଡାକରା ଦିଆଯିବ । ରାଜରାସ୍ତାକୁ ଓଲ୍ଲାଇବ କଂଗ୍ରେସ । ବେଳ ଥାଉ ଥାଉ ମୃତକଙ୍କ ପରିବାରକୁ ନ୍ୟାୟ ଦିଅ ନଚେତ୍ ସମ୍ଭଳିବ ବୋଲି ଜର୍ଜ ତିର୍କୀ କହିଛନ୍ତି।

   Related Posts