ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ପରୀକ୍ଷଣ , ଆଗକୁ ପ୍ରତିଦିନ ଲକ୍ଷେ କୋଭିଡ୍ ଟେଷ୍ଟ୍ କରିବାକୁ ଲକ୍ଷ୍ୟ-ILS ନିର୍ଦ୍ଦେଶକ

Published By : Prameya-News7 Bureau | August 12, 2020 IST

ଭୁବନେଶ୍ୱର ୧୨।୦୮: ରାଜ୍ୟର କରୋନା ସ୍ଥିତି ଗମ୍ଭୀର ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବଢୁଛି ଟେଷ୍ଟ ସଂଖ୍ୟା । ଆଜି ୩୨ ହଜାର ଟେଷ୍ଟ ହୋଇଥିବା ବେଳେ ଆଗକୁ ଦୈନିକ ଏକ ଲକ୍ଷ ଟେଷ୍ଟିଂ କରିବାକୁ ଯୋଜନା କରାଯାଉଛି  ।

ଦୈନିକ ଏକ ଲକ୍ଷ ଟେଷ୍ଟିଂ କରାଯିବା ନେଇ ଉନ୍ନୟନ କମିଶନର ସୂଚନା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ଟେଷ୍ଟ କରିବାକୁ ଧାର୍ଯ୍ୟ ହୋଇଛି ।  ଅଧିକ ଆଣ୍ଟିଜେନ ବେଶ ଟେଷ୍ଟିଂ କରାଯିବ । ବର୍ତ୍ତମାନ କରୋନା ପିକ୍‌ରେ ଅଛି , ଆଗକୁ ସ୍ଥିର ରହିବ । ରାଜ୍ୟର ୬ଟି ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତ୍ୟେକ ଜିଲ୍ଲାକୁ ଆଣ୍ଟିଜେନ ଟେଷ୍ଟ କିଟ୍ ପଠାଯିବ ।

ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତକୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ। ରାପିଡି ଆଣ୍ଟିଜେନ ଟେଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟର ଆଉ ଅଭାବ ନାହିଁ । ଓଡ଼ିଶାରେ କରୋନା ପିକ୍‌ ଆଡକୁ ଆସିଛି । ଏହି ଟ୍ରେଣ୍ଡ ଜାରି ରହିଲେ କମିବ । ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ଭ୍ୟାକ୍‌ସିନ୍‌ ବିଭିନ୍ନ ଦେଶର ବିଭିନ୍ନ ସଂସ୍ଥା ପ୍ରସ୍ତୁତ କରୁଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆର ଅନୁମୋଦନ ପରେ ଏହାକୁ ବ୍ୟବହାର କରାଯିବ ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.