ତାରାଙ୍କ ନକ୍ସଲ ଉପାଖ୍ୟାନ ଓ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ତୀରକୁ କାଉଣ୍ଟର କଲେ ରବି ନନ୍ଦ : କହିଲେ ହାସ୍ୟାସ୍ପଦ

Published By : Prameya-News7 Bureau | February 09, 2019 IST

ଭୁବନେଶ୍ବର୯|୨: ବିଧାନସଭା ଅଧିବେଶନ ସରିଲା ଏବେ ନିର୍ବାଚନ ପାଇଁ ନେତାଏ ବାହାରିଲେଣି ଫିଲ୍ଡକୁ। ଆଉ ଏଥିକିବେଳେ ଜୟପୁର ବିଧାୟକ ତାରାପ୍ରସାର ବାହିନୀପତି ଖେଳିଛନ୍ତି ଡୁଆଲ କାର୍ଡ ।  କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ । ନଚେତ୍ ସେମାନଙ୍କ ସହ ନକ୍ସଲ ସଂଗଠନରେ ମିଶିବି ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି । ଖାଲି ସେତିକି ନୁହେଁ ଦଣ୍ଡକାରଣ୍ୟ ରାଜ୍ୟ କଥା କହି ନୂଆ ତୀରମାରିଛନ୍ତି ତୀର।

{"id":83711,"width":597,"height":336}

ଅପରପକ୍ଷରେ ତାଙ୍କୁ କାଣଣ୍ଟର ଆଟାକ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ଜୟପୁର ବିଧାୟକ ରବି ନନ୍ଦ । ରବି ନନ୍ଦ କହିଛନ୍ତି ଯେ, ଯିଏ ଗୋଟେ ପଞ୍ଚାୟତ କରିପାରିନି ସିଏ ଦଣ୍ଡକାରଣ୍ୟ ରାଜ୍ୟ କଥା ଉଠାଇବା ହାସ୍ୟାସ୍ପଦ । ତାଛଡା ରବି ନନ୍ଦ କହିଛନ୍ତି ଯେ, ନିର୍ବାଚନ ଆସିଲେ ତାରା ଏମିତି ଲୋକଙ୍କୁ ଭଲ ଲାଗିବା ଭଳି କଥା କୁହନ୍ତି ।

{"id":83712,"width":591,"height":332}

ତେବେ କେବେ ଲାଲ୍ ସଲାମ୍ କହିବେ ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ? ସତରେ କଣ ସେ ନକ୍ସଲ ହେଇଯିବେ ? ଆଉ ବିଧାନସଭା ଆସିବେନି, ୧୦ ହଜାର ଲୋକଙ୍କୁ ନେଇ ଜଙ୍ଗଲରେ ନକ୍ସଲ କମାଣ୍ଡ ଗଠନ କରିବେ ।  ଖୋଦ୍ ତାଙ୍କରି ମନ୍ତବ୍ୟରୁ ଲାଗୁଛି ସେ ନକ୍ସଲ ହେବାକୁ ମନ ବଳେଇ ସାରିଲେଣି। ।

{"id":83713,"width":594,"height":334}

ଦିଲ୍ଲୀଠାରୁ ନେଇ ଏବେ ଭୁବନେଶ୍ବର ଯାଏଁ ବେରୋଜଗାରୀକୁ ନେଇ ଅସନ୍ତୋଷ । ଠିକ୍ ନିର୍ବାଚନ ପୂର୍ବରୁ, ସବୁ ଦଳ ବେକାରୀ ସମସ୍ୟାକୁ ଭୋଟ୍ ବ୍ୟାଙ୍କରେ ବଦଳାଇବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଆଉ ଠିକ୍ ଏତିକିବେଳେ ତାରା ବି ମାରିଛନ୍ତି ତୀର । କୋରାପୁଟ ଜିଲ୍ଲାର ୧୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ବେରୋଜଗାରୀଙ୍କୁ ସାଥୀରେ ଧରି ନକ୍ସଲ ହୋଇଯିବାର ଚେତବାନୀ ଦେଇଛନ୍ତି । ଖାଲି ନକ୍ସଲ ହେବେନି, ଦଣ୍ଡକାରଣ୍ୟ ରାଜ୍ୟ କଥା ବି କହିଛନ୍ତି ।

{"id":83714,"width":596,"height":335}

ମୁଖ୍ୟସ୍ରୋତରେ ରାଜନୀତି କରି ଜନତାଙ୍କ ସମର୍ଥନରେ ଏକାଧିକ ଥର ବିଧାୟକ ହୋଇଛନ୍ତି ତାରା ।ତାରା ପ୍ରସାଦ ବାହିନୀପତ୍, ଜଣେ ଲୋକ ପ୍ରତିନିଧି। ଗଣତନ୍ତ୍ର ଓ ବିଧାନସଭାରେ ଆସ୍ଥା ରଖି ସେ ନିର୍ବାଚନ ଲଢୁଛନ୍ତି। ପୁଣି କେମିତି ସେ ଏଭଳି କଥା କହିଲେ, ଯେଉଁଥିରେ ଏକ ପୂରା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେବାକୁ ସେ ଚାହୁଁଛନ୍ତି।

{"id":83715,"width":596,"height":335}

ପୂର୍ବରୁ ଜିଲ୍ଲାରେ ନିଯୁକ୍ତି ପ୍ରସଙ୍ଗରେ କୋରାପୁଟ ବାହାରର ପ୍ରାର୍ଥୀଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ତାରା । ଆଉ ଏବେ ନକ୍ସଲ ହେବାକୁ ମନ ବଳେଇ, ଖେଳିଛନ୍ତି ନିଯୁକ୍ତି କାର୍ଡ। ପ୍ରଶ୍ନ ହେଉଛି, ବିଧିବ୍ୟବସ୍ଥା ପ୍ରତି ଯଦି ଜଣେ ବିଧାୟକର ଭରସା ନ ରଖେ, ତାହେଲେ ସାଧାରଣ ଜନତା ଉପରେ ଏହାର କଣ ପ୍ରଭାବ ପଡ଼ିବ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.