ସାରୁଅ ଜମି କେଳେଙ୍କାରୀ ମାମଲା : ଓଟିଭି ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡା ଗିରଫ

Published By : Prameya-News7 Bureau | November 10, 2020 IST

ଖୋର୍ଦ୍ଧା ୧୦।୧୧: ଓଟିଭିର ସାରୁଅ ସ୍ଥିତ ଷ୍ଟୁଡିଓର ସାଇଟ୍ ଇନ୍ ଚାର୍ଜ ଅନିରୁଦ୍ଧ ପଣ୍ଡା ଗିରଫ ହୋଇଛନ୍ତି । ଅନିରୁଦ୍ଧଙ୍କୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପୋଲିସ । ଅନିରୁଦ୍ଧ ଓ ଅନ୍ୟମାନଙ୍କ ବିରୋଧରେ ଗତ ୫ ତାରିଖରେ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ବାରମ୍ବାର ଡାକରା ପରେ ମଧ୍ୟ ଅନିରୁଦ୍ଧ ଥାନାକୁ ଆସିଲେନି କି ତଦନ୍ତରେ ପୋଲିସକୁ ସହଯୋଗ କରିନଥିଲେ। ଅନିରୁଦ୍ଧଙ୍କ ସମେତ ଅନ୍ୟମାନଙ୍କ ନାମରେ ବି ରହିଛି ସଙ୍ଗୀନ ଅଭିଯୋଗ ରହିଛି ।

{"id":359297,"sizeSlug":"large"}

ମଙ୍ଗଳବାର ଭୋର ସମୟରେ ଅନିରୁଦ୍ଧ ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ସୂଚନା ପାଇ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଥିଲା । ଅଭିଯୋଗ ଭିତ୍ତିରେ ଅନିରୁଦ୍ଧଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ମିଳିଛି । ଗିରଫ ଅନିରୁଦ୍ଧଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ।

{"id":359298,"sizeSlug":"large"}

ଅନିରୁଦ୍ଧଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୪୪୬, ୨୯୪, ୫୦୬ ଓ ୩୪ ସହିତ ଏସସିଏସଟି ଆକ୍ଟ ଲାଗିଛି । ଅନ୍ୟମାନଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ମିଳିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.