Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଶେଷ ହେଲା ସସପେନ୍ସ, ତାରକିଶୋର ପ୍ରସାଦ ହେବେ ବିହାରର ନୂଆ ଉପ ମୁଖ୍ୟମନ୍ତ୍ରୀ

16/11/2020 at 11:18 AM

ପାଟନା,୧୬|୧୧:  ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଶେଷ ହୋଇଛି । ବିଜେପିର ଚାରି ଥରର ବିଧାୟକ ତାରକିଶୋର ପ୍ରସାଦ ବିହାରର ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।

ତାରକିଶୋର କହିଛନ୍ତି ଯେ, ବିହାରର ଉପ ମୁଖ୍ୟମନ୍ତ୍ରୀକୁ ନେଇ ତାଙ୍କ ନାମରେ ସହମତି ପ୍ରକାଶ ପାଇଛି । ସେ ସୋମବାର ହିଁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ସେ ବିହାରର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି ।

ବିହାରର ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଗତ ୪୮ ଘଣ୍ଟା ଧରି କସରତ ଜାରି ରହିଥିଲା । ରବିବାର ସୁଶୀଲ କୁମାର ମୋଦୀଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍  ପରେ ସେ ଚଳିତ ଥର ଆଉ ଉପ ମୁଖ୍ୟମନ୍ତ୍ରୀ ହେବେନି ବୋଲି ସ୍ପଷ୍ଟ ହୋଇଥିଲା । ଏପରିକି ନୂଆ ସରକାରରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ସୋମବାର ୪ଟା ୩୦ରେ ଶପଥ ଗ୍ରହଣ କରିବେ ।ନୀତିଶଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ । ବିଜେପି, ଜେଡିୟୁ ସମେତ ଅନ୍ୟ ସହଯୋଗୀ ଦଳର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।  

   Related Posts