‘ଏକ୍ ଭିଲେନ୍-୨’ରେ ନଜର ଆସିବେ ତାରା ସୂତାରିୟା : ଆଦିତ୍ୟ ରୟ କପୁରଙ୍କ ସହ ଜମିବ ରୋମାନ୍ସ

Published By : Prameya-News7 Bureau | March 11, 2020 IST

ମୁମ୍ବାଇ ୧୧/୩: ବଲିଉଡ ଅଭିନେତ୍ରୀ ତାରା ସୂତାରିଆ ୨୦୧୯ମସିହାରେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଫିଲ୍ମ ‘ମରଜାଓ୍ବାଁ’ରେ ନଜର ଆସିଥିଲେ। ଉଭୟଙ୍କୁ ଫିଲ୍ମରେ ଖାସ୍ ରେସପନ୍ସ ମିଳିନଥିଲା। ଏବେ ତାରାଙ୍କ ହାତକୁ ଏକ ନୂଆ ଫିଲ୍ମ ଆସି ଯାଇଛି।

{"id":236571,"sizeSlug":"large"}

ସେ ଆଦିତ୍ୟ ରାୟ କପୁରଙ୍କ ସହ ଫିଲ୍ମ ଏକ ଭିଲେନର ସିକ୍ବେଲରେ ନଜର ଆସିବେ। ଏହି ଫିଲ୍ମରେ ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଯିବେ। ଫିଲ୍ମକୁ ମୋହିତ ସୁରୀ ଡାଇରେକ୍ଟ କରିବେ। ଏକତା କପୁର ଏବଂ ଭୂଷଣ କୁମାର ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ।

{"id":236573,"width":587,"height":440,"sizeSlug":"large"}

ଜନ୍ ଆବ୍ରାହମ୍ ଏବଂ ଆଦିତ୍ୟ ରୟ କପୁର ଏହି ଫିଲ୍ମରେ ପ୍ରଥମ ଥର ଏକାଠି ନଜର ଆସିବେ। ଏହା ପୂର୍ବରୁ ମୋହିତ,ସିଦ୍ଧାର୍ଥ ମାଲହୋତ୍ରା,ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ସହ ‘ଏକ ଭିଲେନ’ର ନିର୍ଦେଶନା କରିଥିଲେ। ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା।

{"id":236574,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.