ଏକ୍ ଭିଲେନର ସିକ୍ବେଲରେ ଗୀତ ଗାଇବାକୁ ନେଇ ଉତ୍ସାହିତ ତାରା : କହିଲେ ‘ରହିଛି ବହୁତ ଆଶା’
20/03/2020 at 4:52 PM

ମୁମ୍ବାଇ ୨୦/୩: ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ତାରା ସୂତାରିଆଙ୍କ ଏଣ୍ଟ୍ରି ନିକଟରେ ମୋହିତ ସୁରୀଙ୍କ ଆଗାମୀ ଫିଲ୍ମ ‘ଏକ ଭିଲେନ୍-୨’ରେ ହୋଇଛି। ଏହି ଫିଲ୍ମରେ ଆକ୍ଟିଂ କରିବା ବ୍ୟତୀତ ସେ ଗୀତ ମଧ୍ୟ ଗାଇବେ। ତାରା ବହୁତ ଭଲ ସିଙ୍ଗର ମଧ୍ୟ ,ଏଥିପାଇଁ ଡାଇରେକ୍ଟର ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ଦେଇଛନ୍ତି ଏବଂ ଏଥିପାଇଁ ତାରା ଖୁବ୍ ଉତ୍ସାହିତ ଅଛନ୍ତି।
ନିଜ ସିଙ୍ଗିଂ ଟ୍ୟାଲେଣ୍ଟ ବିଷୟରେ ଏକ ନ୍ୟୁଜ ଏଜେନ୍ସି ବିଷୟରେ କଥା ହୋଇ ତାରା କହିଥିଲେ,‘ତାଙ୍କୁ ଏହି ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ’

‘ଏକ ଭିଲେନ୍-୨’ରେ ତାରାଙ୍କ ବ୍ୟତୀତ ଜନ୍ ଆବ୍ରାହମ୍,ଆଦିତ୍ୟ ରାୟ କପୁର ଏବଂ ଦିଶା ପଟାନି ମଧ୍ୟ ନଜର ଆସିବେ। ତାରା ଏହି ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ବିପକ୍ଷରେ ଦେଖାଯିବେ। ସେ ଏହି ଫିଲ୍ମରେ ଗାୟିକା ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ମାର୍ଚ୍ଚ ୧୧ତାରିଖରୁ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ବର୍ଷ ଜାନୁୟାରୀ ୮ତାରିଖରେ ରିଲିଜ ହେବାର ଅଛି। କିନ୍ତୁ କରୋନା ଭାଇରସର ପ୍ରକୋପକୁ ଦେଖି ବର୍ତ୍ତମାନ ଫିଲ୍ମର ସୁଟିଂ ରୋକି ଦିଆଯାଇଛି। ଏପରି ପରିସ୍ଥିତିରେ ଏହାର ରିଲିଜ ଡେଟ ମଧ୍ୟ ଆଗକୁ ବଢ଼ିପାରେ।
ମୋହିତ ସୁରୀଙ୍କ ‘ଏକ ଭିଲେନ-୨’ ବ୍ୟତୀତ ତାରାଙ୍କ ପାଖରେ ମିଲନ ଲୁଥରିୟାଙ୍କ ଅପକମିଂ ଫିଲ୍ମ ‘ତଡ଼ପ’ ରହିଛି। ଏହା ତେଲୁଗୁ ହିଟ୍ ଫିଲ୍ମ ‘ଆରଏକ୍ସ୧୦୦’ର ରିମେକ୍ ହେବ। ଏହା ସହିତ ଏହା ଜରିଆରେ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ୍ ଶେଟ୍ଟୀ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିବେ।