ଶାଦି କା ଲଡ଼ୁ ଖାଉଛନ୍ତି କି ଅଭିନେତ୍ରୀ ତାରା ସୂତାରିୟା ! ଭିଡିଓ ହେଲା ଭାଇରାଲ
20/04/2020 at 10:54 AM

ମୁମ୍ବାଇ ୨୦/୪: ବଲିଉଡ ଅଭିନେତ୍ରୀ ତାରା ସୂତାରିୟା ଇଣ୍ଡଷ୍ଟ୍ରିରେ ନିଜର ଭଲ ନାଁ କମାଇଛନ୍ତି। ଗୋଟିଏ ପଟେ ନିଜ ଅଭିନୟରେ ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଅନ୍ୟ ପଟେ ତାଙ୍କ ନୂଆ ଟ୍ୟାଲେଣ୍ଟର ମଧ୍ୟ ଖୁଲାସା ହୋଇଛି। ସେ ଜଣେ ଭଲ ସିଙ୍ଗର। ସେ ସିଙ୍ଗିଂରେ ମଧ୍ୟ ପାଦ ଥାପିବାକୁ ଯାଉଛନ୍ତି। ଗ୍ଲାମର ଏବଂ ଟ୍ୟାଲେଣ୍ଟ ଯୋଗୁଁ ତାରାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବଢ଼ି ଚାଲିଛନ୍ତି। ଏବେ ତାରାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି ଯେଉଁଥିରେ ସେ ଲଡ଼ୁ ଖାଉଛନ୍ତି।
ମିଠା କାହାକୁ ପସନ୍ଦ ନୁହେଁ। ବଲିଉଡର ଫିଟନେସ୍ ପ୍ରତି ଧ୍ୟାନ ରଖୁଥିବା ଷ୍ଟାରମାନେ ମଧ୍ୟ କେବେ କେବେ ମିଠା ମୋହରେ ପଡ଼ିଥାନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ତାରା ସୂତାରିୟା। ତାଙ୍କ ଇନଷ୍ଟାଗ୍ରାମ୍ ଫ୍ୟାନ୍ ପେଜରେ ଏକ ବୁମେରାଂ ଭିଡିଓ ଅପଲୋଡ କରାଯାଇଛି ଯେଉଁଥିରେ ତାରା ଖୁବ୍ ଆନନ୍ଦରେ ଲଡ଼ୁର ମଜା ନେଉଛନ୍ତି। ତାରାଙ୍କ ଏହି ଛୋଟ ଭିଡିଓ ବହୁତ କ୍ୟୁଟ ହୋଇଛି। ଏଥିରେ ସେ ଥରକରେ ପୂରା ଲଡ଼ୁ ଖାଇବାର ଉଦ୍ୟମ କରୁଛନ୍ତି।

ତାରା ସୂତାରିୟା ୨୦୧୯ମସିହାରେ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର ୨ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା। ଏହା ପରେ ସେ ୨୦୨୦ମସିହାରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ଫିଲ୍ମ ମରଜାଓ୍ବାଁରେ ନଜର ଆସିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଖାସ୍ କମାଲ କରି ପାରିନଥିଲା। ଅପକମିଂ ପ୍ରୋଜେକ୍ଟ କଥା କହିବା ଯଦି ସେ ସୁନୀଲ ଶେଟ୍ଟୀଙ୍କ ପୁଅ ଅରହାନ ଶେଟ୍ଟୀଙ୍କ ସହ ୨୦୧୮ର ତେଲୁଗୁ ଫିଲ୍ମ RX 100 ର ରିମେକରେ ନଜର ଆସିବେ।
