Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଶିଶୁ କଳାକାରଠୁ ଆରମ୍ଭ କରି ମରଜାୱାଁ ମଧ୍ୟରେ ଏମିତି ବଦଳିଛନ୍ତି ଅଭିନେତ୍ରୀ ତାରା ସୂତାରିଆ, ଦେଖନ୍ତୁ ଫଟୋ

20/11/2019 at 1:15 PM

ମୁମ୍ବାଇ୨୦|୧୧: ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ଅଭିନୟ କରି ଡେବ୍ୟୁ କରିଥିବା ଅଭିନେତ୍ରୀ ତାରା ସୂତାରିଆ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ତାରାଙ୍କ ଫିଗର ଓ ସୌନ୍ଦର୍ଯ୍ୟର ସମସ୍ତେ ପାଗଳ ହୋଇଛନ୍ତି। ପ୍ରଥମ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ନିଜର ଦିୱାନା କରିଛନ୍ତି ଏହି ଅଭିନେତ୍ରୀ।

ତାରା ପିଲାବେଳୁ ଡିସନୀ ଚ୍ୟାନେଲ ଶୋ’ରେ ଶିଶୁକଳାକାର ଭାବେ ଅଭିନୟ କରୁଥିଲେ ଓ ତାଙ୍କ ଲୁକ୍‌ ସେତେବେଳେ ସମ୍ପୂର୍ଣ୍ଣ ଅଲଗା ଥିଲା।  ଡିସନୀ ଚ୍ୟାନେଲରେ ଅଭିନୟ କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ ତାରା। ଦ’ ସ୍ବିଟ୍‌ ଲାଇଫ ଓ କରନ ଏଣ୍ଡ କବୀରରେ ଅଭିନୟ କରୁଥିଲେ ଅଭିନେତ୍ରୀ ତାରା ସୂତାରିଆ। ଏହା ପରେ ତାରାଙ୍କ ଶୋ’ ଜସ୍ସୀରୁ ମଧ୍ୟ ତାଙ୍କୁ ଭଲ ଫେମ୍‌ ହାସଲ ହୋଇଥିଲା।

ତାରା ଭିଡିଓ ଜକିର କାମ ମଧ୍ୟ କରିସାରିଛନ୍ତି। ଏହା ବ୍ୟତୀତ ତାରା ଡିସନୀ ର ବେଷ୍ଟ ଶୋ’ ନିକି ଓ ଶେକ୍‌ ଇଟରେ ମଧ୍ୟ ନଜର ଆସିଥିଲେ। କରନ ଯୋହାରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ତାରାଙ୍କ ସହ ମୁଖ୍ୟ ଭୂମିକାରେ ଅନନ୍ୟା ପାଣ୍ଡେ ଓ ଅଭିନେତା ଟାଇଗର ଶ୍ରଫ ଅଭିନୟ କରିଥିଲେ।

ନିକଟରେ ତାରାଙ୍କ ଫିଲ୍ମ ମରଜାୱାଁ ରିଲିଜ ହୋଇଛି ଯେଉଁଥିରେ ତାଙ୍କ ଭୂମିକାକୁ ଲୋକେ ବହୁତ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ତାରାଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା, ରକୁଲ ପ୍ରୀତ ସିଂହ ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାରାଙ୍କ ଅଭିନୟ ବ୍ୟତୀତ ତାଙ୍କ ଷ୍ଟାଇଲ ଓ ପରିଧାନ ପାଇଁ ମଧ୍ୟ ସେ ବେଶ ଚର୍ଚ୍ଚାରେ ରୁହନ୍ତି।

ତାରା ସବୁବେଳେ ସୋସିଆଲ ମିଡିଆରେ ନିଜର ଷ୍ଟାଇଲିସ ଫଟୋ ସେୟାର କରନ୍ତି ଯାହା ଦର୍ଶକ ଦେଖିବା ପସନ୍ଦ କରନ୍ତି। ଖୁବ ଶୀଘ୍ର ତାରାଙ୍କୁ ସାଜିଦ ନାଡିୟାୱାଲା ପ୍ରଡକ୍ସନର ଫିଲ୍ମ ତଡପରେ ଦେଖିବାକୁ ମିଳିବ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଏହି ଫିଲ୍ମ ୨୦୨୦ ମସିହାରେ ରିଲିଜ ହେବ।

 

   Related Posts