Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ତାରା ସୂତାରିଆଙ୍କ ଫଟୋ ସୋସିଆଲ ମିଡିଆରେ ଲଗାଇଲା ନିଆଁ…ହଟ୍‌ ଫଟୋ ଦେଖି ଦର୍ଶକଙ୍କର ଉଡିଗଲା ହୋସ୍

23/01/2020 at 12:14 PM

ମୁମ୍ବାଇ୨୩|୧: ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ଅଭିନୟ କରି ଡେବ୍ୟୁ କରିଥିବା ଅଭିନେତ୍ରୀ ତାରା ସୂତାରିଆ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। କରନ ଯୋହାରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ତାରାଙ୍କ ସହ ମୁଖ୍ୟ ଭୂମିକାରେ ଅନନ୍ୟା ପାଣ୍ଡେ ଓ ଅଭିନେତା ଟାଇଗର ଶ୍ରଫ ଅଭିନୟ କରିଥିଲେ।

ନିକଟରେ ତାରାଙ୍କ ଫିଲ୍ମ ମରଜାୱାଁ ରିଲିଜ ହୋଇଛି। ଫିଲ୍ମଟି ହିଟ୍‌ ହୋଇପାରିନାହିଁ ସତ। ହେଲେ ଫିଲ୍ମରେ ତାରାଙ୍କ ଭୂମିକାକୁ ଲୋକେ ବହୁତ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ତାରାଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା, ରକୁଲ ପ୍ରୀତ ସିଂହ ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

 ତାରା ସବୁବେଳେ ସୋସିଆଲ ମିଡିଆରେ ନିଜର ଷ୍ଟାଇଲିସ ଫଟୋ ସେୟାର କରନ୍ତି ଯାହା ଦର୍ଶକ ଦେଖିବା ପସନ୍ଦ କରନ୍ତି। ତାରାଙ୍କ ଫିଗର ଓ ସୌନ୍ଦର୍ଯ୍ୟର ସମସ୍ତଙ୍କୁ ପାଗଳ କରିଛି। ନିକଟରେ ତାରା ନିଜର କିଛି ହଟ୍‌ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତାରା ମାଳଦ୍ବୀପରେ ଛୁଟି ବିତାଇବାର ନଜର ଆସିଛନ୍ତି। କଳା ରଂଗର ମନୋକନୀ ପିନ୍ଧି ତାରା ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋରେ ତାରା ଖୁବ ଗ୍ଲାମରସ୍‌ ଦେଖାଯାଉଛନ୍ତି। ଏହା ସହ ସୁଇମିଂ କରୁଥିବାର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ତାରା। ଖୁବ ଶୀଘ୍ର ତାରାଙ୍କୁ ସାଜିଦ ନାଡିୟାୱାଲା ପ୍ରଡକ୍ସନର ଫିଲ୍ମ ‘ତଡପ’ରେ ଦେଖିବାକୁ ମିଳିବ। 

   Related Posts