ଖୁବ୍ ଶୀଘ୍ର ବିବାହ କରିବେ ତାରା ସୂତାରିୟା ଏବଂ ଆଦର ଜୈନ!

Published By : Prameya-News7 Bureau | October 17, 2020 IST

ମୁମ୍ବାଇ ୧୭/୧୦: ବଲିଉଡ ଟାଉନର ଲଭବାର୍ଡ଼ସ୍ ତାରା ସୂତାରିୟା ଏବଂ ଆଦର ଜୈନଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର। ସୂଚନା ମିଳିଛି ଯେ ତାରା ଏବଂ ଆଦର ବହୁତ ଶୀଘ୍ର ବିବାହ କରିବେ। ଦୁହେଁ ନିଜ ରିଲେସନଶିପକୁ ପୂର୍ବରୁ ହିଁ ଇନଷ୍ଟାଗ୍ରାମରେ ଅଫିସିଆଲ୍ କରି ଦେଇଥିଲେ। ଏବେ ସେମାନଙ୍କ ବିବାହର ଚର୍ଚ୍ଚା ପରେ ପ୍ରଶଂସକଙ୍କ ନଜର ତାଙ୍କ ଉପରେ ରହିଛି।

{"id":346165,"sizeSlug":"large"}

ଆଦର ବହୁତ ଶୀଘ୍ର ନିଜ ଗର୍ଲଫ୍ରେଣ୍ଡ ତାରା ସୂତାରିୟାଙ୍କୁ ବିବାହ କରିବେ। ଦୁହେଁ ନିଜ କମିଟମେଣ୍ଟକୁ ନେଇ ବହୁତ ସିରିୟସ୍ ଏବଂ ସେମାନେ ବହୁତ ଶୀଘ୍ର ବିବାହ କରିପାରନ୍ତି। ବର୍ତ୍ତମାନ ଏହି ଖବରକୁ ନେଇ କାହା ତରଫରୁ ଅଫିସିଆଲ୍ କନଫର୍ମେସନ୍ ଆସିନାହିଁ।

{"id":346166,"sizeSlug":"large"}

କପୁର ପରିବାରରେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହ ଚର୍ଚ୍ଚା ଚାଲିଥିବାବେଳେ ଏବେ ଏହି ଖବରରୁ ଜଣା ପଡ଼ୁଛି ଯେ ରଣବୀରଙ୍କ ପୂର୍ବରୁ ତାଙ୍କ କଜିନ୍ ଆଦର ଆଗେ ବିବାହ କରିବେ।

{"id":346167,"sizeSlug":"large"}

ଆଦରଙ୍କ ବଡ଼ ଭାଇ ଅରମାନ ଜୈନ ଗତ ବର୍ଷ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ। ଆଦରଙ୍କ କ୍ୟାରିୟର ଏବେ ଆରମ୍ଭ ହୋଇନଥିବାବେଳେ ତାରାଙ୍କ କ୍ୟାରିୟର ଏବେ ହିଁ ଆରମ୍ଭ ହୋଇଛି।

{"id":346168,"sizeSlug":"large"}

ତାରା ନିକଟରେ ଆଦରଙ୍କ ଜନ୍ମଦିନରେ ନିଜ ରିଲେସନଶିପକୁ ଇନଷ୍ଟାଗ୍ରାମରେ ଅଫିସିଆଲ୍ କରି ଦେଇଥିଲେ। ଆଦର ମଧ୍ୟ ତାରାଙ୍କ ପୋଷ୍ଟରେ ନିଜ ରିଆକ୍ସନ ଜରିଆରେ ଉଭୟଙ୍କ ମଧ୍ୟରେ ପ୍ରେମର ଇଶାରା ଦେଇ ଆସିଛନ୍ତି।

{"id":346170,"sizeSlug":"large"}

ଆଦରଙ୍କ ଭାଇ ଅରମାନଙ୍କ ବିବାହରେ ମଧ୍ୟ ତାରା ଏବଂ ଆଦର ଅନେକ ଥର ଏକାଠି ନଜର ଆସିଥିଲେ। ଏହା ବ୍ୟତୀତ ମଧ୍ୟ କେତେକ ଅବସରରେ ଦୁହିଁଙ୍କୁ ଏକାଠି ସ୍ପଟ୍ କରାଯାଇଛି।

{"id":346172,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.