Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ହୀରୋପନ୍ଥୀ -୨ରେ କୃତି ସାନନଙ୍କୁ ରିପ୍ଳେସ୍ କଲେ ତାରା ସୂତାରିୟା : ଦେଖିବାକୁ ମିଳିବ ଦମଦାର ଅଭିନୟ

30/10/2020 at 5:38 PM

ମୁମ୍ବାଇ ୩୦/୧୦: ୨୦୧୪ମସିହାରେ ଅଭିନେତା ଟାଇଗର ଶ୍ରଫ ଫିଲ୍ମ ହୀରୋପନ୍ଥୀ ଜରିଆରେ ନିଜର ଡେବ୍ୟୁ କରିଥିଲେ। ଫିଲ୍ମରେ ଟାଇଗରଙ୍କ ଆକ୍ସନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ପରବର୍ତ୍ତୀ ସୁପରଷ୍ଟାର ଘୋଷିତ କରି ଦିଆଯାଇଥିଲା। ଏବେ ତାଙ୍କ କ୍ୟାରିୟରକୁ ୬ବର୍ଷ ପୂରି ସାରିଲାଣି ଏବଂ ସେ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଆକ୍ସନଠୁ ଆରମ୍ଭ କରି ଡାନ୍ସ ଯାଏଁ,ଟାଇଗର ନିଜକୁ ପ୍ରମାଣିତ କରିଛନ୍ତି। ଏବେ ଟାଇଗର ନିଜ ମେଗା ବଜେଟ୍ ଫିଲ୍ମ ହୀରୋପନ୍ଥୀ ୨ ରେ କାମ କରୁଛନ୍ତି। ଟାଇଗରଙ୍କ ସହ କୃତି ସାନନଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଇଥିଲା। କିନ୍ତୁ ଦ୍ବିତୀୟ ପାର୍ଟରେ କୃତିଙ୍କୁ ତାରା ସୂତାରିୟା ରିପ୍ଲେସ୍ କରିଛନ୍ତି।

ଏହା ତ ଦୀର୍ଘ ଦିନରୁ ଶୁଣା ଯାଉଥିଲା ଯେ ହୀରୋପନ୍ଥୀର ସିକ୍ବେଲ କରାଯିବ,କିନ୍ତୁ ଟାଇଗରଙ୍କ ଅପୋଜିଟ କେଉଁ ଅଭିନେତ୍ରୀଙ୍କୁ କାଷ୍ଟ୍ କରାଯିବ ଏହା ସବୁଠୁ ବଡ଼ ସସପେନ୍ସ ଥିଲା। କିନ୍ତୁ ମେକର୍ସ ଏବେ ଅଭିନେତ୍ରୀ ତାରା ସୂତାରିୟାଙ୍କୁ ଟାଇଗରଙ୍କ ଅପୋଜିଟରେ କାଷ୍ଟ କରିଛନ୍ତି। ଷ୍ଟୁଡେଣ୍ଟ ଅଫ ଦ ଇୟର ୨ ପରେ ପୁଣି ତରେ ବଡ଼ ପରଦାରେ ଦର୍ଶକ ଟାଇଗରଙ୍କ ସହ ତାରାଙ୍କ କେମିଷ୍ଟ୍ରି ଦେଖି ପାରିବେ।

ମେକର୍ସ ଏବେ ହୀରୋପନ୍ଥୀ ୨ ପାଇଁ ତାରା ସୂତାରିୟାଙ୍କୁ ବେଷ୍ଟ ଅପ୍ସନ ମାନୁଛନ୍ତି। ପ୍ରଡକ୍ସନ ହାଉସରୁ ଜଣେ ପ୍ରବକ୍ତା ସେୟାର କରି କହିଛନ୍ତି ଯେ ସାଜିଦ ସର ଅହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମରେ ତାରାଙ୍କ କିଛି ସିନ୍ ଦେଖିଥିଲେ ଏବଂ ତାଙ୍କ ଦମଦାର ପରଫର୍ମାନ୍ସ ତାଙ୍କ ମନ କିଣିଥିଲା। ସେ ଜଣେ ଚମତ୍କାର ଅଭିନେତ୍ରୀ ଯିଏ ଟାଇଗର ଶ୍ରଫଙ୍କ ସହ ହୀରୋପନ୍ଥୀ ୨ରେ ଏକ ପରପେକ୍ଟ ମ୍ୟାଚ୍ ରହିବେ।

   Related Posts