ପୁଣି ଶ୍ରୀକାନ୍ତଙ୍କୁ ଟାର୍ଗେଟ କଲେ ତାରା : କହିଲେ ମୁଖ୍ୟମନ୍ତ୍ରୀ କିଏ ହେବ କଂଗ୍ରେସ ଆଗକୁ ଘୋଷଣା କରେନି
10/12/2018 at 1:08 PM

ଭୁବନେଶ୍ୱର ୧୦/୧୨ : ପୁଣି ଶ୍ରୀକାନ୍ତଙ୍କୁ ଟାର୍ଗେଟ କଲେ ତାରା | ମୁଖ୍ୟମନ୍ତ୍ରୀ କିଏ ହେବ କଂଗ୍ରେସ ଆଗକୁ ଘୋଷଣା କରେନି | ବିଧାୟକମାନେ ନିଷ୍ପତ୍ତି ନେବେ କିଏ ହେବେ ମୁଖ୍ୟମନ୍ତ୍ରୀ | ଯିଏ କହିବ ଆଦିବାସୀ/ଦଳିତ ମୁଖ୍ୟମନ୍ତ୍ରୀ ହେବେ | ଏହା କଂଗ୍ରେସ ଦଳର ନୀତି ବିରୋଧୀ | ରାହୁଲ ଗାନ୍ଧୀ ନିର୍ଦେଶ ଦେଇଛନ୍ତି, ଗଣମାଧ୍ୟମରେ ଦଳୀୟ କଥା କୁହନ୍ତୁ ନାହିଁ | ଶ୍ରୀକାନ୍ତ ଗଣମାଧ୍ୟମରେ ପ୍ରସଙ୍ଗ ଉଠାଇବା ଦୁର୍ଭାଗ୍ୟଜନକ | ହଜାରେ ଲୋକ ଚାଲିଗଲେ ବି କଂଗ୍ରେସ ର ଫରକ ପଡ଼ିବନି | କଂଗ୍ରେସ ଦଳର ନିୟମ ନମାନିଲେ ବିଦା ହେବା ଦରକାର |
ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀକାନ୍ତ ଜେନା କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି | ଗତକାଲି ଦିଲ୍ଲୀ ଠାରେ ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି | ଗତକାଲି ମଧ୍ୟ ଶ୍ରୀକାନ୍ତଙ୍କ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ | ଗତ ୬ ତାରିଖ ଦିନ ଶ୍ରୀକାନ୍ତଙ୍କୁ କଂଗ୍ରେସ ଇସ୍ତାହାର କମିଟିରୁ ବହିଷ୍କାର କରିବା ପରେ ଶ୍ରୀକାନ୍ତ କହିଥିଲେ ଯେ, ତାଙ୍କ ସର୍ତ୍ତ ନାମଣିବାରୁ ଇସ୍ତାହାର କମିଟିରୁ ତାଙ୍କୁ ବହିଷ୍କାର କରିବା ପାଇଁ ସେ ନିଜେ କହିଥିଲେ | ତାଙ୍କ ସର୍ତ୍ତ ଥିଲା ଯେ,ଜଣେ ଅନୁସୂଚିତ ଜାତି ଜନଜାତି ବା ପଛୁଆ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ଇସ୍ତାହାରରେ ପ୍ରସ୍ତାବ ରଖାଯାଉ | ଯଦି ଏହା କରାନଯିବା ତାହେଲେ ସେ ଇସ୍ତାହାର କମିଟିରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ |