ଶ୍ରୀକାନ ଜେନାଙ୍କୁ ପରୋକ୍ଷରେ ଚକ୍ରାନ୍ତ ଜେନା କହିଲେ ତାରା ବାହିନୀପତି; ଆତ୍ମା ସମୀକ୍ଷା କରିବା ପାଇଁ ଦେଲେ ଆହ୍ୱାନ

Published By : Prameya-News7 Bureau | December 07, 2018 IST

ଭୁବନେଶ୍ୱର ୭/୧୨ : ରାଜ୍ୟ କଂଗ୍ରେସରେ ଏବେ ପୁଣି ଗୋଷ୍ଟି ବିବାଦ ଉଗ୍ର ରୂପ ଧାରଣା କରିବାରେ ଲାଗିଛି | ଗତକାଲି କୃଷ୍ଣ ସଗରିଆଙ୍କ ଦ୍ୱାରା ଆୟୋଜିତ ସମ୍ବିଧାନ ବଞ୍ଚାଓ ସଭାରେ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଯୋଗଦେବା ସହ ଦେଇଥିବା ବିଭିନ୍ନ ମନ୍ତବ୍ୟ କଂଗ୍ରେସରେ ଭୂକମ୍ପ ସୃଷ୍ଟି କରିଛି | ଶ୍ରୀକାନ୍ତଙ୍କ ମନ୍ତବ୍ୟ ନେଇ ଜୟପୁର ବିଧ୍ୟାକୟ ତଥା ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି | ସେ ଶ୍ରୀକାନ୍ତଙ୍କୁ ଆକ୍ଷେପ କରି କହିଛନ୍ତି ଯେ, "ଗୋଦାରୀ ଲୋ ତୋ ଗୋଡକୁ ଅନା" | ସେହିଭଳି ଶ୍ରୀକାନ୍ତ ଜେନାଙ୍କୁ ତାରା ପରୋକ୍ଷରେ ଚକ୍ରାନ୍ତ ଜେନା ଇଙ୍ଗିତ କରିଛନ୍ତି | ଶ୍ରୀକାନ୍ତ ଜେନା କେନ୍ଦ୍ରରେ ମନ୍ତ୍ରୀ ଥିଲେ, ଗତ ନିର୍ବାଚନବେଳେ ସେ ପ୍ରଚାର କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ | ତେବେ ସଂଗଠନ ପାଇଁ ସେ କଣ କରିଛନ୍ତି ବୋଲି ଶ୍ରୀକାନ୍ତ ତାରା ପ୍ରଶ୍ନ କରିଛନ୍ତି |

ଗତକାଲି କୃଷ୍ଣଚନ୍ଦ୍ର ସଗରିଆଙ୍କ ସଭାରେ ଖଣି ମାଫିଆ ନେଇ ଶ୍ରୀକାନ୍ତ ଯେଉଁ କଥା କହିଥିଲେ ତାରା ଉତ୍ତରରେ ତାରା କହିଛନ୍ତି , କଂଗ୍ରେସ କେବେ ବି ଖଣି ମାଫିଆଙ୍କ ଦଳ ନୁହେଁ | ଯେଉଁମାନେ ଏହି କଥା କହୁଛନ୍ତି ସେମାନେ ଦଳ ଛାଡିଯିବା ଉଚିତ | କଂଗ୍ରେସ ଦଳରେ ଯିଏ ବିଶୃଙ୍ଖଳା କରିବ ଶୃଙ୍ଖଳା କମିଟି ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଶ୍ରୀକାନ୍ତ ନିଜ ଆତ୍ମା ସମୀକ୍ଷା କରିବା ଦରକାର ବୋଲି ମଧ୍ୟ ତାରା କହିଛନ୍ତି | ଶ୍ରୀକାନ୍ତ ଜେନା ଦଳର ପ୍ରଭୃତ୍ୱ କ୍ଷତି ଘଟାଇ ସାରିଲେଣି | ତେଣୁ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦକ୍ଷେପ ନେବା ଦରକାର ବୋଲି ତାରା କହିଛନ୍ତି |

ସୂଚନାଯୋଗ୍ୟ ଯେ, କୋରାପୁଟର ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି | ତାରାଙ୍କ କାର୍ଯ୍ୟକଳାପ ସମ୍ପର୍କରେ କୃଷ୍ଣ ସଗରିଆ ଦଳୀୟ ନେତୃତ୍ୱ ନିକଟରେ ମଧ୍ୟ ଅଭିଯୋଗ କରିଆସିଛନ୍ତି | ସେଥିପାଇଁ କୃଷ୍ଣ ସଗରିଆଙ୍କ ପକ୍ଷରେ ଯିଏ ରହୁଛି ତାରା ତାକୁ ମଧ୍ୟ ବିରୋଧ କରିବାରେ ପଛାଉ ନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.