ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କ ବକ୍ତବ୍ୟ ଭିଡିଓ ଭାଇରାଲ ହୋଇଛି: କଣ କହୁ କହୁ ଅଟକି ଗଲେ ତାରା ?

Published By : Prameya-News7 Bureau | September 21, 2018 IST

ଭୁବନେଶ୍ୱର ୨୧/୯ : ଅଭିଜିତ ଆୟାର ମିତ୍ର ଓଡିଶା ସମ୍ପର୍କରେ ଯେଉଁଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ସେନେଇ ଗତ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବ୍ୟାପକ ଆଲୋଚନା ହୋଇଥିଲା | ଆଲୋଚନା ବେଳେ ବିଭିନ୍ନ ଦଳର ବିଧାୟକମାନେ ନିଜ ନିଜ ମନ୍ତବ୍ୟ ଓ କ୍ଷୋଭ ବ୍ୟକ୍ତ କରିଥିଲେ | କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପାର୍ଷଦ ବାହିନୀପତି ମଧ୍ୟ ତାଙ୍କ ବକ୍ତବ୍ୟ ରଖି ଅଭିଜିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ | କିନ୍ତୁ ବକ୍ତବ୍ୟ ରଖିବା ବେଳେ ଶ୍ରୀଯୁକ୍ତ ବାହିନୀପତି ଏତେ ମାତ୍ରାରେ ଭାବପ୍ରବଣ ଏବଂ କ୍ଷୁବ୍ଧ ହୋଇଯାଇଥିଲେ ଯେ, ସେ ଭୁଲିଯାଇଥିଲେ ବିଧାନସଭାର ପବିତ୍ର ଗୃହରେ ଠିଆ ହୋଇଛନ୍ତି ବୋଲି | ତାଙ୍କ ମୁହଁରୁ କିଛି ଅସହ୍ୟ ଶବ୍ଦ ବୋଧେ ବାହାରି ଆସୁଥିଲା | ତେବେ ଶ୍ରୀଯୁକ୍ତ ବାହିନୀପତି କିନ୍ତୁ ତୁରନ୍ତ ସଚେତନ ହୋଇଯାଇଥିଲେ ଏବଂ ଶବ୍ଦଟିକୁ ଢ଼ୋକି ଦେଇଥିଲେ | ତେବେ ତାରାଙ୍କ ବକ୍ତବ୍ୟର ଏହି ଅଂଶଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.