Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିଧାନସଭାରେ ‘ମମିତା’ଡ୍ରାମାରେ ତାରା ହେଲେ ନନା, ଗୃହରେ ଗଙ୍ଗାଜଳ ଛିଞ୍ଚିଲେ, ବାଚସ୍ପତି ଓ ଦିବ୍ୟଶଙ୍କରଙ୍କୁ ବି ଛାଡିଲେନି

4/12/2021 at 1:19 PM

ଭୁବନେଶ୍ୱର ୦୪।୧୨ : ତାରାଙ୍କ ଗୃହ ପବିତ୍ର ଉପାଖ୍ୟାନ। ବିଧାନସଭାର ଶୀତ ଅଧିବେଶନ ୪ର୍ଥ ଦିନରେ ଦେଖିବାକୁ ମିଳିଥିଲା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ନୂଆ ଅବତାରକୁ । ଦେହରେ ମଠା ପିନ୍ଧି ବ୍ରାହ୍ମଣ ବେଶରେ ଆସିଥିଲେ ତାରା ବାହିନୀପତି ।

ବିଧାନସଭାର ୪ ର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା ଏପରି ଚିତ୍ର । ଘଣ୍ଟ ବଜାଇ  ବ୍ରାହ୍ମଣ ବେଶରେ ବିଧାନସଭାକୁ ଆସିଲେ ବିଧାୟକ ତାରା । ଗୃହକୁ ଶୋଧନ କରିବାକୁ ଯାଇ ଛିଞ୍ଚିଲେ ଗଙ୍ଗାଜଳ । ବିଧାନସଭାରେ ପ୍ରବେଶ କରିବା ପରେ  ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ ତାରା । ଏପିରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ମଧ୍ୟ ଗଙ୍ଗାଜଳ ଛିଞ୍ଚିଥିଲେ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ତାରା ଏପରି କରିଥିବା କହିଛନ୍ତି । ତାରାଙ୍କ ଅନୁସାରେ, ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡି଼ତ ଅଛନ୍ତି । ତେଣୁ ସେ ଏହି ପବିତ୍ର ଗୃହରେ ପ୍ରବେଶ କରିଥିବା ମୁଁ ଗଙ୍ଗାଜଳ ପକାଇ ଗୃହକୁ ଶୋଧନ କରିଛି । ଗଣତନ୍ତ୍ରର ଏହି ମନ୍ଦିରଙ୍କୁ ଆମେ ଶୋଧନ କରି ପବିତ୍ର କରିଛୁ ।

ସେହିପରି ଗତକାଲି ମଧ୍ୟ ବିଜେପି ପକ୍ଷରୁ ମମିତା ମେହେର ହତ୍ୟା ଘଟଣାରେ ଗୃହକୁ ଗଙ୍ଗା ପାଣିରେ ଶୋଧନ କରିଥିଲା । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତ୍ରୀ ନିଜେ ସଂପୃକ୍ତ ଅଛନ୍ତି । ତେଣୁ କେଉଁ ଭଳି ସେ ଏହି ଗଣତନ୍ତ୍ରର ପବିତ୍ର ଗୃହକୁ ପ୍ରବେଶ କରିଛନ୍ତି । ସେଥିଲାଗି ବିଜେପି ପକ୍ଷରୁ ଗୃହରେ ଗଙ୍ଗାଜଳ ଛିଞ୍ଚା ଯାଇ ଶୋଧନ କରାଯାଇଥିଲା ।

   Related Posts