Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କଂଗ୍ରେସର ପରାଜୟ ପାଇଁ ବାପ-ପୁଅ ଦାୟୀ : ତାରା ବାହିନୀପତି

28/05/2019 at 2:36 PM

ଭୁବନେଶ୍ବର ୨୮|୫: ଦିଲ୍ଲୀରେ ଆକ୍ସନ ଚାଲିଥିବା ବେଳେ ଓଡ଼ିଶାରେ ଦେଖିବାକୁ ମିଳିଛି ରିଆକ୍ସନ । ପୁତ୍ରମୋହ ନେଇ ରାହୁଲ ବରିଷ୍ଠ ନେତାମାନଙ୍କ ଉପରେ ପ୍ରବଳ ବର୍ଷିଥିବା ବେଳେ ଏପଟେ ପିସିସି ଭିତରେ ବି ପୁତ୍ରମୋହ ଉପାଖ୍ୟାନ ଆରମ୍ଭ ହୋଇଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୁଅ ନଭଜ୍ୟୋତି ପଟ୍ଟନାୟକଙ୍କୁ ସିଧାସିଧା ଟାର୍ଗେଟ୍ କରିବା ସହ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେମାନେ ବି ଅନେକାଂଶରେ ଦାୟୀ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କିନ୍ତୁ ମାପିଚୁପି ଉତ୍ତର ରଖିଛନ୍ତି । ରାଜନୀତିରେ ପୁତ୍ରମୋହ ଉଚିତ୍ ନୁହେଁ ବୋଲି କହିଛନ୍ତି ନରସିଂହ । ତେବେ ନିଜ ପୁଅ ସମ୍ପର୍କରେ ପ୍ରଶ୍ନ ହେବା ପରେ ସ୍ବର ନରମ କରିଛନ୍ତି । ଗତ ତିନିଟି ନିର୍ବାଚନରେ ତାଙ୍କ ପୁଅ ଦଳ ପାଇଁ କାମ କରିଛି । ସେଥିପାଇଁ ତାଙ୍କୁ ଟିକେଟ୍ ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ନରସିଂହ ।    

   Related Posts