ପ୍ରଥମେ ଶନି ଓ ରାହୁ ଗଲେ, ଆଗକୁ କେତୁ ଯିବେ : ତାରା ବାହିନୀପତି

Published By : Prameya-News7 Bureau | October 20, 2021 IST

କୋରାପୁଟ ୨୦।୧୦: ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେସିକା ବିଜେଡିରେ ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ଦଳ ତ୍ୟାଗ କରି କୈଳାଶ କୁଲେସିକା ବିଜେଡି ଦଳରେ ମିଶିବା ଘଟଣା ଦୁର୍ଭାଗ୍ୟଜନକ । କିନ୍ତୁ ଏହାଦ୍ବାରା କୋରାପୁଟ ଜିଲ୍ଲା ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମୀନାକ୍ଷୀ ବାହିନୀପତି ଓ ତାରା ବାହିନୀପତି କହିଛନ୍ତି ।

ସେ କହିଛନ୍ତି ପ୍ରଥମେ ଶନି ଓ ରାହୁ ଗଲେ, ଆଗକୁ କେତୁ ଯିବେ ।  ଏହାଦ୍ବାରା କଂଗ୍ରେସ ଆଗକୁ ଯିବ ।  ଦଳ ଉପରେ ଏହାର ପ୍ରଭାବ ପଡିବ ନାହିଁ । କୈଳାଶ କୁଲେସିକା ଗତ ୨୦୧୯ ତାରିଖ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ମାତ୍ର ୨୨୯ଟି ଭୋଟରେ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.