ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାରାବାହୀନିପତି
19/03/2019 at 3:29 PM

ଭୁବନେଶ୍ଵର ୧୯/୩- କଂଗ୍ରେସର ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶକଲେ ତାରାବାହିନୀପତି । ତାଙ୍କ କଥା କୌଣସି ଦଳରେ ରହୁନି ବୋଲି ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ତାରା କହିଛନ୍ତି ପଶ୍ଚିମ ଓଡ଼ିଶା କଂଗ୍ରେସର ଗଡ଼, କିନ୍ତୁ ଟିକେଟ ବଣ୍ଟାରେ ସବୁ ଗଡ଼ବଡ଼ । ଯେଉଁମାନେ ଦଳରେ ଅଧିକ ପରିଶ୍ରମ କରନ୍ତି ତାଙ୍କୁ ଗୁରୁତ୍ବ ଦିଆଯାଏନି ।ସେ ଯାହା କହିଲେ ବି ତାଙ୍କ କଥାରେ କିଛି ଗୁରୁତ୍ବ ନାହିଁ ବୋଲି ତାରା କହିଛନ୍ତି । ଅନ୍ୟପଟରେ ପିସିସି ସଭାପତି ନିରଂଜନ କହିଛନ୍ତି , ତାରା ବୁଝିବାରେ କିଛି ଭୁଲ ରହିଯାଇଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ କଂଗ୍ରେସର ଟିକେଟ ବଣ୍ଟା ଓ ଭଲ କର୍ମୀମାନଙ୍କୁ ଟିକେଟ ନ ମିଳିବା ମଧ୍ୟ ଦୁର୍ଭାଗ୍ୟଜନକ । ବରଗଡ଼ ଆସନରୁ ବିଧାୟକ ପ୍ରାର୍ଥୀରୂପେ ଜିତିଥିବା ସାଧୁ ନେପାକ ମଧ୍ୟ ଛାଡ଼ିଛନ୍ତି ଦଳ ।
ମହିଳାଙ୍କୁ ଗୁରୁତ୍ବ ଦିଆଯାଇନ ଥିବା ମଧ୍ୟ ଅଭିଯୋଗ ଆସିଛି । ୩୬ଟି ସିଟରେ କଂଗ୍ରେସ ପାର୍ଥୀ ତାଲିକାରେ ଘୋଷଣା କରିବା ପରେ ଜଣେ ମହିଳାଙ୍କୁ ସ୍ଥାନ ଦେବା ଅନେକଙ୍କୁ କରିଛି ନିରାଶା ।
ଏହି ଟିକେଟ ବଣ୍ଟା ରାଜନୀତି କଂଗ୍ରେସ ପାଇଁ ୨୦୧୪ ଭଳି କାଳ ହେବ ବୋଲି କେହିକେହି ମତ ଦେଉଛନ୍ତି ।