ତେଲୁଗୁ କଳାକାରଙ୍କ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ତାରା ବାହିନୀପତି

Published By : Prameya-News7 Bureau | January 16, 2020 IST

ଜୟପୁର ୧୬।୦୧- ନେତା ଓ ଅଫିସରଙ୍କ ନାଚ ଗୀତରେ ଦୁଲୁକିଲା ଜୟପୁରର ପୋଙ୍ଗଲ ମଂଚ।ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ ।ଜୟପୁର ବିଧାୟକ ଭିନ୍ନ ଏକ ଅନ୍ଦାଜରେ ନଜର ଆସିବା ସହ ଗୀତ ଗାଈ ଦର୍ଶକଙ୍କ ମନ ଜିଣିଥିଲେ ଜୟପୁର ଟାଉନ ଥାନା ଅଧିକାରୀ ।

{"id":212132,"sizeSlug":"large"}

ପୁଣି ଷ୍ଟେଜରେ ତାରାଙ୍କ ଜଲଓ୍ବ। । ତେଲୁଗୁ କଳାକାରଙ୍କ ହାତରେ ହାତ ଛନ୍ଦି ଭିନ୍ନ ଏକ ଅନ୍ଦାଜରେ ନଜର ଆସିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ ସମ୍ପ୍ରଦାୟର ପେ।ଙ୍ଗଲ ସାଂସ୍କୃତିକ ଉତ୍ସବର ।

{"id":212126,"sizeSlug":"large"}

ପୋଙ୍ଗଲ ପାଇଁ ଜୟପୁରରେ ବିଧାୟକଙ୍କ ତରଫରୁ ଆନ୍ଧ୍ରପ୍ରଦେଶର ତେଲୁଗୁ କଳାକାରଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଉ ଏଥିରେ ସାମିଲ ହେ।ଇ ଖୁବ୍ ନାଚିଥିଲେ ତାରା । କେବଳ ଏତିକି ନୁହଁ ତାରାଙ୍କ ନାଚଠୁ ଅଧିକ ଚର୍ଚ୍ଚାରେ ଥିଲା ତାଙ୍କ କଷ୍ଟୁମ।ସିନେମା ଅଭିନେତାଙ୍କ ପରି ପେ।ଷାକ ପିନ୍ଧି ମଂଚକୁ କିଛି ସମୟ ପାଇଁ ବାନ୍ଧି ରଖିଥିଲେ ତାରା ।

{"id":212130,"sizeSlug":"large"}

ତେବେ ଯେତେବେଳେ ନେତା ନାଚୁଥିଲେ ଅଫିସର ବା ପଛରେ ରହିଥାନ୍ତେ କିପରି। ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଧି ନିଜ ଅନ୍ଦାଜରେ ଅଭିଜିତ ମଜୁମଦାରଙ୍କ ସୁପର ହିଟ ରୋମାଣ୍ଟିକ ଗୀତ ବାଳିକା ବଧୁ ଗାଇଥିଲେ।ଆଉ ନେତା ଓ ଅଫିସରଙ୍କ ଏପରି ଅନ୍ଦାଜକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ ।

{"id":212127,"sizeSlug":"large"}

ତିନି ଦିନ ଧରି ପାଳନ ହେଉଥିବା ତେଲୁଗୁ ସଂପ୍ରଦାୟର ପୋଙ୍ଗଲର ଆଜି ହେଉଛି ଶେଷ ଦିନ।ପ୍ରଥମ ଦିନକୁ ଭୋଗୀ ଭାବେ ପାଳନ କରିବା ସହ କାଠ ଗଣ୍ଡିରେ ନିଆଁ ଲଗା ଯାଇଥିଲା।ଆଉ ସେହି ନିଆଁରେ ପାଣି ଗରମ କରି ସମସ୍ତେ ଗାଧୋଇ ଥିଲେ।ଗତ କାଲି ସଂକ୍ରାନ୍ତି ପାଳନ ସହ ପାଇଁ ପିତ୍ରୁ ପୁରୁଷଙ୍କୁ।ପୂଜା କରି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ।ଆଉ ଆଜି ଶେଷ ଦିନଟି କୁନୁବୁ ଭାବେ ପାଳନ ହୋଇଥାଏ।ତେଣୁ ପେ।ଙ୍ଗଳକୁ ଧୁମଧାମରେ ପାଳନ କରିଛନ୍ତି ତେଲୁଗୁ ସଂପ୍ରଦାୟ ।

{"id":212129,"sizeSlug":"large"}

ପେ।ଙ୍ଗଲ ଉପଲକ୍ଷେବିଭିନ୍ନ ରାଜନୈତିକ ଦଳ ତରଫରୁ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଗତ କାଲିର କାର୍ଯ୍ୟକ୍ରମ କଂଗ୍ରେସ ଦଳ ତରଫରୁ ହୋଇଥିବା ବେଳେ ଆଜି ବିଜେପି ତରଫରୁ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.