ଏବେ ରାଜନୀତି ନୁହେଁ ଭିନ୍ନ ଏକ କାରଣରୁ ଚର୍ଚ୍ଚାରେ ତାରା ବାହିନୀପତି

Published By : Prameya-News7 Bureau | December 29, 2019 IST

ଭୁବନେଶ୍ୱର ୨୯।୧୨ - ପୁଣିଥରେ ଚର୍ଚ୍ଚାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ହେଲେ ଏଥର ରାଜନୀତି ପାଇଁ ନୁହେଁ ବରଂ ତାଙ୍କର ଭିନ୍ନ ଏକ ଅନ୍ଦାଜ ପାଇଁ। ପୂର୍ବରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ନାଚୁଥିବା ଆପଣ ଦେଖିଛନ୍ତି। ହେଲେ ତାରା ଏବେ ଗୀତ ଗାଉଥିବା ନଜର ଆସିବେ  । ଭୁବନେଶ୍ୱରର ଏକ ଷ୍ଟୁଡ଼ିଓରେ ତାଙ୍କ ଗୀତ ରେକର୍ଡ଼ିଂ ସରିଥିବା ବେଳେ ଖୁବ ଶୀଘ୍ର ଏହା ବଜାରକୁ ଆସିବ। ସେପଟେ ପତ୍ନୀ ମିନାକ୍ଷୀଙ୍କ ସହ ଟାଇଟନିକ ପୋଜରେ ସେ ଗତ ସପ୍ତାହରେ ଏକ ଫୋଟ ପୋଷ୍ଟ କରିଥିବା ବେଳେ ଏହା ଏବେ ଭାଇରାଲ ହୋଇଛି।

{"id":204102,"width":580,"height":325,"sizeSlug":"large"}

ଚାଲିଛି ଗୀତ ରେକର୍ଡିଂ। ଆଉ ଗୀତ ଗାଉଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କୁ ଆପଣ ଅନେକ ରୂପରେ ଦେଖିଛନ୍ତି । ବିଧାନ ସଭାରେ ବିଭିନ୍ନ ପ୍ରସଙ୍ଗରେ ହୋ ହଲ୍ଲା ଠାରୁ ଆରମ୍ଭ କରି ହାଲକା ଫୁଲକା ମିଜାଜରେ । ବିଧାନ ସଭାରେ ହୋ ହଲ୍ଲା କରୁଥିବା ତାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚୁଥିବା ଭିଡିଓ ବି ବେଶ ଭାଇରାଲ ହୋଇଛି । ଆଉ ଏହି ନାଚ ପରେ ଏବେ ଖୁବ ଶୀଘ୍ର ଗାୟକ ଭୂମିକାରେ ନଜର ଆସିବେ ତାରା । ଭୁବନେଶ୍ୱରର ଏକ ଷ୍ଟୁଡିଓରେ ତାଙ୍କ ଗୀତ ସାଥି କଳାକାରଙ୍କ ସହ ରେକର୍ଡିଂ ସରିଥିବା ବେଳେ ଏହା ଖୁବଶୀଘ୍ର ଆଲବମ ରୂପରେ ବଜାରକୁ ଆସିବ । ଏହି ଗୀତ ସାଂପ୍ରତିକ ରାଜନୀତିକୁ ନେଇ ଏକ ବ୍ୟାଙ୍ଗାତ୍ମକ ଆଲବମ।

{"id":204103,"width":578,"height":324,"sizeSlug":"large"}

ତାରା ଯଦିଓ ପ୍ରଥମ ଥର ପାଇଁ  ଷ୍ଟୁଡିଓରେ ଗୀତ ଗାଇଛନ୍ତି କିନ୍ତୁ ଅନେକ ସମୟରେ ତାଙ୍କ ମୁହଁରୁ ଗୁଣୁଗୁଣଉ ଥିବା ଗୀତ ଶୁଣିବାକୁ ମିଳିଛି । କିଛି ଦିନ ତଳେ ସେ ନିଜ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କ ପାଇଁ ଏକ ଗୀତ ଗାଇଥିଲେ । ଆଉ ସେହି ଗୀତଟି ହେଲା ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର,ମୋ ମିନି ଠାରୁ କିଏ ଅଧିକ ସୁନ୍ଦର । ଯାହାକୁ ଯୁବ ବର୍ଗ ବେଶ ପସନ୍ଦ କରିଥିଲେ ଆଉ ଏହା ଇଣ୍ଟରନେଟରେ ଭାଇରାଲ ବି ହୋଇଥିଲା । ଆଉ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ରାୟଗଡା ଯାଇଥିବା ସମୟରେ ରାସ୍ତାର ଗୋଟିଏ ସୁନ୍ଦର ସ୍ଥାନରେ ପତ୍ନୀଙ୍କ ସହ ଟାଇଟାନିକ ପୋଜରେ ଫୋଟ ନିଜ ଫେସବୁକ ପେଜରେ ପୋଷ୍ଟ କରିବା ସହ ଲେଖିଥିଲେ ଏକ ଖୁବ ରୋମାଣ୍ଟିକ ସାୟରୀ । ଆଉ ଏହି ସାୟରୀ ଓ ଫୋଟ ଏବେ ସୋସିଆଲ ମିଡିଆରେ ଖୁଵ ଭାଇରାଲ । ଏହି ଫୋଟ ତଳେ ରୋମାଣ୍ଟିକ କପଲ,ମେଡ ଫର ଇଚ ଅଦର, ଏମିତି ଅନେକ କମେଣ୍ଟ ସହ ଫୋଟ ଏବେ ଯୁବ ପୀଢିଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ହୋଇଛି । ଉଭୟ ତାରା ଓ ମୀନାକ୍ଷୀ ରାଜନୀତିରେ ଖୁବ ସକ୍ରିୟ ଥିବା ବେଳେ ପତ୍ନୀ ମୀନାକ୍ଷୀଙ୍କୁ ମିନି ନାଁରେ ଡାକିଥାନ୍ତି ତାରା

{"id":204104,"sizeSlug":"large"}

ପତ୍ନୀ ମୀନାକ୍ଷି ବାହିନୀପତିଙ୍କୁ  ନିଜ ଲକି ଗର୍ଲ ବୋଲି କୁହନ୍ତି ତାରା । କାରଣ ମୀନାକ୍ଷି ତାଙ୍କ ଜୀବନକୁ ଆସିବା ପରଠୁ ତାଙ୍କର ଅନେକ ଉନ୍ନତି ହୋଇଛି । ଜଣେ କନଷ୍ଟେବଲରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.