Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୁଣି ଚର୍ଚ୍ଚାରେ ତାରା ବାହିନୀପତି : ଷ୍ଟୁଡିଓରେ ରେକର୍ଡ କରିଛନ୍ତି ଗୀତ, ଫିଲ୍ମ TITANIC ପୋଜ୍‌ରେ ମୀନାକ୍ଷୀଙ୍କ ସହ ଦେଇଛନ୍ତି ଫଟୋ

29/12/2019 at 8:01 PM

ଜୟପୁର ୨୯।୧୨: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି (ଭାଲୁ ଭାଇ) ତାଙ୍କର ଭିନ୍ନ ଅନ୍ଦାଜ ଲାଗି ପ୍ରାୟ ଚର୍ଚ୍ଚାରେ ଥାନ୍ତି। ପୂର୍ବରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ନାଚୁଥିବା ଦେଖାଯାଇଛି। ହେଲେ ଏବେ ସେ ଗାୟକ ସାଜିଛନ୍ତି । ଭୁବନେଶ୍ୱରରେ ଏକ ଷ୍ଟୁଡିଓରେ ତାରାଙ୍କ ଗୀତ ରେକର୍ଡିଂ ହୋଇଛି ।

ଖୁବଶୀଘ୍ର ଆଲବମ ରୁପରେ ଏହା ବଜାରକୁ ଆସିବ। ଏହି ଗୀତ ସାଂପ୍ରତିକ ରାଜନୀତିକୁ ନେଇ ଏକ ବ୍ୟାଙ୍ଗାତ୍ମକ ଆଲବମ। ସେପଟେ ପତ୍ନୀ ମିନାକ୍ଷୀଙ୍କ ସହ ଟାଇଟନିକ ପୋଜରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତାରା ଯଦିଓ ପ୍ରଥମ ଥର ଷ୍ଟୁଡିଓରେ ଗୀତ ଗାଇଛନ୍ତି କିନ୍ତୁ ଅନେକ ସମୟରେ ତାଙ୍କୁ ଗୁଣୁଗୁଣଉ ଥିବା ଦେଖାଯାଇଛି। କିଛି ଦିନ ତଳେ ସେ ନିଜ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କ ପାଇଁ ଏକ ଗୀତ ଗାଇଥିଲେ। ଆଉ ସେହି ଗୀତଟି ହେଲା ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର… ମୋ ମିନି ଠାରୁ କିଏ ଅଧିକ ସୁନ୍ଦର… ।

ବିଧାୟକ ତାରା ପ୍ରସାଦ ବାହିନୀପତି ପୂର୍ବରୁ ଅନେକ ଥର ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମରେ ନାଚି ଚର୍ଚ୍ଚାରେ  ରହିଛନ୍ତି।  ଏବେ ଚର୍ଚ୍ଚା ତାଙ୍କର ଏହି ଫଟୋକୁ ନେଇ। ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କ ସହ ନେଇଛନ୍ତି ଏହି କ୍ଲିପ୍। ଲୋକପ୍ରିୟ ଚଳଚ୍ଚିତ୍ର ଟାଇଟନିକ ଷ୍ଟାଇଲରେ ଦେଇଛନ୍ତି ପୋଜ୍। ରାୟଗଡା ଯାଉଥିବା ବେଳେ ସେ ନେଇଥିଲେ ଏହି ଫଟୋ। ଖାଲି ଫଟୋ ନୁହେଁ। ସେଥିରେ ଲେଖାଅଛି ଗୋଟିଏ ସୁନ୍ଦର ସାୟରୀ। ଏହା ମଧ୍ୟ ସୋସିଆଲ ମିଡିଆରେ ବେଶ ପ୍ରଚାର ହୋଇଛି। 

ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ  ନିଜ ଲକି ଗର୍ଲ ବୋଲି କୁହନ୍ତି ତାରା । କାରଣ ମୀନାକ୍ଷୀ ତାଙ୍କ ଜୀବନକୁ ଆସିବା ପରଠୁ ତାଙ୍କର ଅନେକ ଉନ୍ନତି ହୋଇଛି । ଜଣେ କନଷ୍ଟେବଳରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ତାରା ପ୍ରସାଦ ବାହିନୀପତି।

   Related Posts