ରିଲିଜ ହେଲା ତାପସୀ ପନ୍ନୁଙ୍କ ଫିଲ୍ମ 'ଥପ୍ପଡ଼'ର ଦମ୍‌ଦାର ଟ୍ରେଲର...

Published By : Prameya-News7 Bureau | February 01, 2020 IST

ମୁମ୍ବାଇ ୧|୨: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଦମ୍‌ଦାର ଲୁକ ଅପକମିଂ ଫିଲ୍ମ 'ଥପ୍ପଡ଼'ରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଦର୍ଶକ ଫିଲ୍ମର କନ୍‌ସେପ୍ଟକୁ ବେଶ୍ ପସନ୍ଦ କରୁଛନ୍ତି। ଫିଲ୍ମରେ ତାପସୀଙ୍କ ବିପକ୍ଷରେ ପଭଲ ଗୁଲାଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସବୁଥର ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ତାପସିଙ୍କର ଭିନ୍ନ ଅବତାର ଦେଖିବାକୁ ମିଳିବ।

{"id":218514,"sizeSlug":"large"}

ପିଲ୍ମର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇସାରିଛି। ଟ୍ରେଲର ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ଅସଂଖ୍ୟ ଲାଇକ୍‌ ମିଳି ସାରିଛି। ସୋସିଆଲ ମିଡିଆରେ ତାପସୀଙ୍କର ଅନେକ ପ୍ରଶଂସା କରାଯାଉଛି। ତାପସୀଙ୍କ ସହ ଫିଲ୍ମର କାହାଣୀକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି।

{"id":218517,"sizeSlug":"large"}

ଫିଲ୍ମରେ ଦେଖା ଯାଇଛି ଯେ ଚାପୁଡା ମାରିବା କୌଣସି ଛୋଟ କଥା ନୁହେଁ । ମଣିଷ ନିଜ ଆତ୍ମସମ୍ମାନ ପାଇଁ କିଛି ବି କରିପାରେ। ଏହା ସହ ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଏକ ଥପ୍ପଡ଼ ପୁରା ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦେଇଛି । ଏହି ଥପ୍ପଡ଼ ପୂର୍ବରୁ ତାଙ୍କର ହାପି ମ୍ୟାରେଡ୍‌ ଲାଇଫ୍‌ ଦେଖିବାକୁ ମିଳିଛି।

{"id":218516,"sizeSlug":"large"}

ହେଲେ ଏହି ଚାପୁଡା ପାଇଁ ତାପସୀ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଉଛନ୍ତି। ଯାହା ତାଙ୍କୁ ସହଜରେ ମିଳୁନାହିଁ। ଏହି ଫିଲ୍ମର ଟ୍ରେଲର ଏବେ ଭାଇରାଲ ହେବାରେ ଲାଗିଛି। ଫିଲ୍ମଟି ଫେବୃଆରୀ ମାସ ୨୮ତାରିଖରେ ମୁକ୍ତିଲାଭ ହେବ। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର ଓ କୃଷ୍ଣ କୁମାର । ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.